ଗୁରୁଡିଝାଟିଆ: ଓରନ୍ଦା ଗ୍ରାମର ଯଶୋମତି ମହାରଣା ୨୦୧୮ ଡିସେମ୍ବରରୁ ଭତ୍ତା ଟଙ୍କା ପାଇନଥିଲେ। ଅସୁସ୍ଥତା ହେତୁ ନିଜ ଗାଁ ଓରନ୍ଦାରେ ଯଶୋମତି ନରହି ନିଜ ସଂପର୍କିୟ ଘରେ ରହୁଥିଲେ। ହେଲେ ନିଜ ମାସିକ ବାର୍ଦ୍ଧକ୍ୟ ଭତ୍ତା ଗାଁକୁ କିମ୍ବା ବ୍ଲକ କାର୍ଯ୍ୟାଳୟକୁ ଯାଇପାରୁ ନ ଥିବାରୁ ପାଇପାରୁ ନଥିଲେ। ଏ ସଂପର୍କରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦୃଷ୍ଟିଗୋଚର ହୋଇଥିଲା। ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅନୁଧ୍ୟାନ କରି ତୁରନ୍ତ ୨୦୧୮ ଡିସେମ୍ବର ଠାରୁ ଆଜି ପର୍ଯ୍ୟନ୍ତ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପ୍ରଦାନ କରିବା ନିମନ୍ତେ ଆଠଗଡ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରୁଣ କୁମାର ଦାସ ବିଧିବଦ୍ଧ ତଦନ୍ତ କରିଥିଲେ। ଯଶୋମତି ଗାଁରେ ରହୁନାହାନ୍ତି। ନିଜ ସଂପର୍କିୟଙ୍କ ଘରେ ରହୁଛନ୍ତି। ତାଙ୍କର ଭତ୍ତା ଟଙ୍କା ରହିଛି। ତେଣୁ ବ୍ଲକର ବରିଷ୍ଠ ଅଧିକାରୀ ଗଗନ ବିହାରୀ ଷଡଙ୍ଗୀ ଯଶୋମତିଙ୍କ ଗାଁ ଓରନ୍ଦାକୁ ଯାଇ ୨୦୧୮ ଡିସେମ୍ବର ମେ ୨୦୨୧ ପର୍ଯ୍ୟନ୍ତ ୧୫ହାଜର ୫ଶହ ଟଙ୍କା ପ୍ରଦାନ କରିଥିଲେ।
Popular Categories



