www.samajalive.in
Saturday, December 13, 2025
27.1 C
Bhubaneswar

ପେଙ୍ଗାଲ ପ୍ରଭାବ: ସ୍ଥଳଭାଗ ଛୁଇଁବା ପୂର୍ବରୁ ତାମିଲନାଡୁରେ ପ୍ରବଳ ବର୍ଷା, ପବନ

ସମାଜ ଡିଜିଟାଲ ଡେସ୍କ: ବାତ୍ୟା ‘ପେଙ୍ଗାଲ’ ଶନିବାର ଅପରାହ୍ନରେ ତାମିଲନାଡୁର ପୁଡୁଚେରୀଠାରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୯୦ କିଲୋମିଟର ରହିବ। ତେବେ ଏହା ପୂର୍ବରୁ ତାମିଲନାଡୁରେ ପୂର୍ବାହ୍ନ ସମୟରୁ ପ୍ରବଳ ବର୍ଷା ଏବଂ ପବନ ଆରମ୍ଭ ହୋଇଯାଇଛି। ସମୁଦ୍ରରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ବାତ୍ୟାକୁ ଦୃଷ୍ଟିରେ ରଖି ତାମିଲନାଡୁ ସରକାର ଲୋକଭାନଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦେଇଛନ୍ତି। ଶନିବାର ଦିନକୁ ସରକାର ଶିକ୍ଷାନୁଷ୍ଠାନ ଏବଂ ଆଇଟି କମ୍ପାନୀ କର୍ମଚାରୀଙ୍କ ଲାଗି ଛୁଟି ଘୋଷଣା କରିଛନ୍ତି। ଆଇଟି କମ୍ପାନୀଗୁଡ଼ିକ ନିଜ କର୍ମଚାରୀଙ୍କୁ ଘରୁ ରହି କାମ କରିବାକୁ ପରାମର୍ଶ ଦେବା ଲାଗି ସରକାର ଅନୁରୋଧ କରିଛନ୍ତି। ପୂର୍ବତନ ରାସ୍ତା ଏବଂ ପୁରୁଣା ମହାବଳୀପୂରମ ରାସ୍ତାରେ ପରିବହନ ବ୍ୟବସ୍ଥାକୁ ବନ୍ଦ ରଖାଯାଇଛି।

- Advertisement -

ଅନ୍ୟପଟେ ବ୍ୟାତ୍ୟା ପ୍ରଭାବରେ ଓଡ଼ିଶାରେ ୨ ଦିନ ହେବ କୋହଲା ପାଗ ଲାଗି ରହିଛି। ଶୁକ୍ରବାର ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରଗୁଡ଼ିକର ସ୍ଥାଳେ ସ୍ଥାଳେ ହାଲୁକା ବର୍ଷା ହୋଇଥିଲା। ଶନିବାର ବି ପାଗ ମେଘୁଆ ରହିଛି। ତେବେ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡ଼ିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ ହୋଇଛି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

Related Articles

Popular Categories