www.samajalive.in
Monday, December 15, 2025
26.1 C
Bhubaneswar

ପଦ୍ମଶ୍ରୀ ଲୋକକଳା ଗୁରୁ ଗୋପୀନାଥ ସ୍ୱାଇଁଙ୍କ ପରଲୋକ: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ସୁନାମଧନ୍ୟ ଲୋକକଳା କଳାକାର ଗୁରୁ ଗୋପୀନାଥ ସ୍ୱାଇଁଙ୍କ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କର ବୟସ ୧୦୭ ହୋଇଥିଲା । ଏନେଇ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସକାଳ ୬ଟା ୪୦ମିନିଟରେ ଗଞ୍ଜାମ ଜିଲାର ଶେରଗଡ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଥିବା ତାଙ୍କ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ କିଛି ଦିନ ତଳେ ଏମ୍ସରୁ ଡିସଚାର୍ଜ ହୋଇ ଘରକୁ ଫେରିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାର ଲୋକକଳା ଜଗତରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ଶୋକସନ୍ତପ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ।

- Advertisement -

କୃଷ୍ଣ ଲୀଳାର ଜଣେ ପ୍ରବୀଣ ଥିଲେ ଗୋପୀନାଥ ସ୍ୱାଇଁ । ପ୍ରାଚୀନ କଳାର ଡକ୍ୟୁମେଣ୍ଟସନ୍‍, ସଂରକ୍ଷଣ ଏବଂ ପ୍ରଦର୍ଶନ ପାଇଁ ନଅ ଦଶନ୍ଧିରୁ ଅଧିକ ସମୟ ସେ ନିଜ ଜବୀନକୁ ଉତ୍ସର୍ଗ କରିଥିଲେ । ସେ ମାତ୍ର ୧୦ବର୍ଷ ବୟସରେ କୃଷ୍ଣଙ୍କ ଭୂମିକାରେ ଅଭିନୟ କରି ଏବଂ ଗୁରୁ ଚୌଧୁରୀ ବେହେରାଙ୍କ ତତ୍ତ୍ୱାବଧାନରେ ପାରମ୍ପରିକ ଗୀତ ଶିଖି ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ସମୟ ସହିତ ପରିବର୍ତ୍ତନ ହୋଇ ସେ ଯଶୋଦା ଭୂମିକାରେ ମଧ୍ୟ ଅଭିନୟ କରିଥିଲେ ଏବଂ ମୁଖ୍ୟ ଗାୟକ, ନିର୍ଦ୍ଦେଶକ ଏବଂ ଗୁରୁ ହୋଇଥିଲେ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories