www.samajalive.in
Saturday, December 13, 2025
26.1 C
Bhubaneswar

ପଦ୍ମପୁର ଉପନିର୍ବାଚନ ଦୃଶ୍ୟପଟ୍ଟ : ବରିଷ୍ଠ ଓ ଯୁବନେତୃତ୍ବ ମଧ୍ୟରେ ଲଢ଼େଇ

ବରଗଡ଼ (ଯୋଗେଶ ବଢେଇ) : ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅବର୍ତ୍ତମାନରେ ପଦ୍ମପୁର ଉପନିର୍ବାଚନ ଶାସକ ବିଜେଡିକୁ ହରଡ଼ଘଣାରେ ପକାଇ ଦେଇଛି। ଧାମନଗରରେ ପରାଜୟ ପରେ ପଦ୍ମପୁରରେ ବିଜୟ ଦୀର୍ଘ ବର୍ଷ ଧରି କ୍ଷମତାରେ ଥିବା ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ପାଲଟିଛି। ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ନାମାଙ୍କନପତ୍ର ଦାଖଲର ଶେଷ ଦିନ। ମୋଟ ୧୫ଜଣ ନାମାଙ୍କନପତ୍ର ନେଇଥିବାବେଳେ ଆସନ୍ତାକାଲି ଶେଷ ଦିନରେ କିଏ କିଏ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ତିନି ପ୍ରମୁଖ ଦଳ ପ୍ରାର୍ଥୀ ନାମ ଘୋଷଣା ସହ ପ୍ରାକ୍‌ ପ୍ରଚାର ଆରମ୍ଭ କରି ସାରିଛନ୍ତି। ରାଜ୍ୟ​‌େ​‌ର ମୁଖ୍ୟ ବିରୋଧୀ ଦଳ ବିଜେପି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ଉପରେ ପୁଣି ଭରସା କରିଛି। ଜାତୀୟ ଦଳ କଂଗ୍ରେସ ତିନିଥରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କୁ ପ୍ରାର୍ଥୀ କରିଛି। ରାଜ୍ୟରେ ଶାସକ ଦଳ ବିଜେଡି ବିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ଝିଅ ବର୍ଷା ସିଂବରିହାଙ୍କୁ ପ୍ରାର୍ଥୀ ଘୋଷଣା କରି ବିଜୟୀ ହେବାକୁ ଆଶା ରଖିଛି।
ଅପରପକ୍ଷରେ ନିର୍ବାଚନ ପୂର୍ବରୁ ପଦ୍ମପୁର ଅଞ୍ଚଳବାସୀ ବୀମା ରାଶି ପ୍ରଦାନ ଓ ଜିଲା ଘୋଷଣା ଦାବି ନେଇ ଆନ୍ଦୋଳନ ଜୋରଦାର କରିଛନ୍ତି। ଅନୁରୂପ ଭାବେ ରାଜ୍ୟ ଓ କେନ୍ଦ୍ର ସରକାର ଅଞ୍ଚଳବାସୀଙ୍କ ମାନଭଞ୍ଜନ ପାଇଁ ମଧ୍ୟ ଜୋରଦାର ଉଦ୍ୟମ କରୁଛନ୍ତି। କେନ୍ଦ୍ରର କୃଷି ମନ୍ତ୍ରୀ ଚାଷୀଙ୍କ ଫସଲ ବୀମା ପ୍ରାପ୍ୟ ତୁରନ୍ତ ପ୍ରଦାନ ପାଇଁ ବୀମା କମ୍ପାନୀକୁ ନିର୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ଇନପୁଟ ସବସିଡି ଘୋଷଣା କରିଛନ୍ତି। ଏହା ସହିତ ଅଞ୍ଚଳବାସୀଙ୍କ ଦୀର୍ଘ ବର୍ଷର ଜିଲା ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି। ଏପରି ସ୍ଥିତିରେ ପଦ୍ମପୁର ଉପନିର୍ବାଚନରେ ମୁଖ୍ୟତଃ ପ୍ରାର୍ଥୀଙ୍କ ନେତୃତ୍ବ, ଦକ୍ଷତା, ବ୍ୟକ୍ତିତ୍ବକୁ ନେଇ ଲଢ଼େଇ ହେବା ମନେ ହେଉଛି। ବ୍ୟକ୍ତିତ୍ବର ଲଢ଼େଇରେ ଦୁଇ ବିପକ୍ଷ ଦଳର ପ୍ରମୁଖ ନେତାଙ୍କ ସହ ନବାଗତ ବିଜେଡି ପ୍ରାର୍ଥୀ ବର୍ଷା ବରିହା ଯୁବବର୍ଗ ଓ ମହିଳାଙ୍କ ପ୍ରତିନିଧିତ୍ବ କରିଛନ୍ତି। ବହୁଚର୍ଚ୍ଚିତ ପଦ୍ମପୁର ଉପନିର୍ବାଚନ​‌େ​‌ର ପ୍ରାର୍ଥୀଙ୍କ ବ୍ୟକ୍ତିତ୍ବ ଲଢ଼େଇର ସମକକ୍ଷ ନ ହେଲେ ମଧ୍ୟ ଯୁବପିଢ଼ିଙ୍କ ରାଜନୀତିର ପ୍ରତୀକ ପାଲଟିଛନ୍ତି।
ବିଧାୟକ ବିଜୟ ରଞ୍ଜନ ବରିହା ଦୀର୍ଘ ବର୍ଷ ଧରି ପଦ୍ମପୁର ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିଲେ। ବିଶେଷ କରି ବିଧାୟକ ଶ୍ରୀ ବରିହାଙ୍କ ପ୍ରତି ଆଦିବାସୀ ସମାଜର ସମର୍ଥନ ଅତୁଟ ରହିଥିଲା। ଆଦିବାସୀ ସମାଜର ସମର୍ଥନକୁ ପାଥେୟ କରି ବିଜୟ ବରିହା ପଦ୍ମପୁର ନିର୍ବାଚନମଣ୍ଡଳୀକୁ ବିଜେଡିର ଅଭେଦ୍ୟ ଦୁର୍ଗରେ ପରିଣତ କରିଥିଲେ। ପଦ୍ମପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ଦୀର୍ଘ ବର୍ଷ ଧରି ବିଜୟୀ ହେବା ସହିତ ନବୀନ ପଟ୍ଟନାୟକଙ୍କ ମନ୍ତ୍ରୀମଣ୍ଡଳ​‌େ​‌ର ଆଦିବାସୀ ବିକାଶ ମନ୍ତ୍ରାଳୟର ଦାୟିତ୍ବ ନିର୍ବାହ କରିଥିଲେ। ବରଗଡ଼ ଜିଲା ତଥା ପଶ୍ଚିମ ଓଡ଼ିଶାରେ ଆଦିବାସୀ ସଂଗଠନ ସୁଦୃଢ଼ କରିବାରେ ବିଜୟ ବରିହାଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଦୀର୍ଘ ବର୍ଷ ଧରି ବରଗଡ଼ ଜିଲା ବିଜେଡିର ମଙ୍ଗ ଧରିଥିବା ବିଜୟ ନିଜକୁ ଆଦିବାସୀ ସମାଜର ଅପ୍ରତିଦ୍ବନ୍ଦ୍ବି ନେତା ପ୍ରମାଣିତ କରିଥିଲେ। ବିଜୟ ବରିହାଙ୍କ ନିଆରା ବ୍ୟକ୍ତିତ୍ବ ଓ ଦକ୍ଷ ନେତୃତ୍ବ ପଦ୍ମପୁରକୁ ବିଜେଡିର ଗଡ଼ରେ ପରିଣତ କରିପାରିଛି।
ପ୍ରଦୀପ ପୁରୋହିତ ୨୦୧୪ ନିର୍ବାଚନରେ ବିଜୟ ବରିହାଙ୍କୁ ପରାଜିତ କରି ବିଧାୟକ ନିର୍ବାଚିତ ହୋଇଥିଲେ। ୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ପ୍ରଦୀପ ପୁରୋହିତ ବିଧାନସଭା ଭିତରେ ଓ ବାହାରେ ନିଜର ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ସହିତ ପଦ୍ମପୁର ନିର୍ବାଚନମଣ୍ଡଳୀ ଓ ବରଗଡ଼ ଜିଲାବାସୀଙ୍କ ଦାବିକୁ ଦୃଢ଼ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ବିଧାନସଭାରେ ଶ୍ରେଷ୍ଠ ବିଧାୟକ ଭାବେ ସମ୍ମାନିତ ପ୍ରଦୀପ ପୁରୋହିତ ବଳିଷ୍ଠ ନେତୃତ୍ବ ଛାପ ଏବେ ମଧ୍ୟ ସାଧାରଣରେ ରହିଛି।
ଜାତୀୟ କଂଗ୍ରେସ ପ୍ରାର୍ଥୀ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ପଦ୍ମପୁର ଅଞ୍ଚଳର ଜଣେ ଟାଣୁଆ ନେତା। ଜଣେ ସଂଗ୍ରାମୀ ନେତା ଭାବେ ପରିଚିତ ସତ୍ୟଭୂଷଣ ସାହୁ ବିଧାନସଭାରେ ଜାନନୀ ବଲ୍ଲଭ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀଙ୍କ ସମୟରେ କଂଗ୍ରେସର ମୁଖ୍ୟ ସଚେତକ ଥିଲେ। ବିଭିନ୍ନ ପ୍ରସଙ୍ଗରେ ସେ ଅଞ୍ଚଳବାସୀଙ୍କ ସ୍ବାର୍ଥ ସମ୍ବଳିତ ଦାବିକୁ ସରକାରଙ୍କ ନିକଟ​‌େ​‌ର ଦୃଢ଼ ଭାବେ ଉପସ୍ଥାପନ କରିବାରେ ସକ୍ଷମ ହୋଇଥିଲେ। ଜଣେ ସରଳ ଅମାୟିକ ବ୍ୟକ୍ତିତ୍ବର ଅଧିକାରୀ ସତ୍ୟଭୂଷଣ ସାହୁ ପଦ୍ମପୁର ଅଞ୍ଚଳର ଅନେକ ବିକାଶ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଚଳିତ ଉପନିର୍ବାଚନରେ ଦୁଇ ଭେଟରାନ ନେତା ପ୍ରଦୀପ ପୁରୋହିତ ଓ ସତ୍ୟଭୂଷଣଙ୍କ ସମ୍ମୁଖରେ ଅଛନ୍ତି ବିଜେଡିର ଯୁବ ଓ ମହିଳା ନେତୃତ୍ବର ପ୍ରତୀକ ବର୍ଷା ବରିହା। ରାଜନୀତି​‌େ​‌ର ନବାଗତ ବର୍ଷା ସ୍ବଗର୍ତ ବିଜୟ ବରିହାଙ୍କ ପ୍ରତି ଥିବା ଅନୁକମ୍ପା ଓ ରାଜ୍ୟ ସରକାରଙ୍କ ବିକାଶ ଯୋଜନାକୁ ପାଥେୟ କରି ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ବ୍ୟକ୍ତିତ୍ବ, ନେତୃତ୍ବକୁ ନେଇ ଚାଲିଥିବା ରୋଚକ ଲଢ଼େଇରେ ପଦ୍ମପୁରର ଭୋଟର କାହା ସପକ୍ଷରେ ମତ ଦେବେ ତାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories