www.samajalive.in
Sunday, December 14, 2025
23.1 C
Bhubaneswar

ଡୁଡା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏନଏସିରେ ସମୀକ୍ଷା

ଆଠଗଡ :  ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (ଡୁଡା)ର ନବନିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ହେମନ୍ତ କୁମାର ସ୍ୱାଇଁ ସୋମବାର ଆଠଗଡ ଗସ୍ତ କରି ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନଏସି)ର ବିଭିନ୍ନ ଉନ୍ନୟନ ଓ ଦୈନନ୍ଦିନ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ଡେପୁଟି କଲେକ୍ଟର ତଥା ଏନଏସିର ଭାରପ୍ରାପ୍ତ ନିର୍ବାହୀ ଅଧିକାରୀ ଦୀପ୍ତିମୟୀ ବେହେରା, ଅଧ୍ୟକ୍ଷାଙ୍କ ପ୍ରତିନିଧି ପ୍ରକାଶ ରାଉତ, ଉପାଧ୍ୟକ୍ଷ ବି. ଶୁଭ୍ରଶଙ୍କର ଜ୍ୟୋତି, ଡୁଡାର ଟିମ୍‌‌ ଲିଡର ଅକ୍ଷୟ କୁମାର ମିଶ୍ରଙ୍କ ସମେତ ଏନଏସିର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ । ୭୫ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣାଧିନ ଆଠଗଡ ସହରର ମୁଖ୍ୟ ଶ୍ମଶାନ, ୭୫ଲକ୍ଷ ଟଙ୍କା ନବୀକରଣ କରାଯାଉଥିବା ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ସମେତ ବିଭିନ୍ନ ୱାର୍ଡରେ ମିଶନ ଶକ୍ତି ଗୃହ ନିର୍ମାଣ, ପରିମଳ ପରିଚାଳନା, ବର୍ଜବସ୍ତୁ ପରିଚାଳନା ଆଦି ବିଷୟରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ । ସଂପୃକ୍ତ ଶ୍ମଶାନ ଓ ଶିଶୁ ଉଦ୍ୟାନ କାର୍ଯ୍ୟକୁ ଉନ୍ନତମାନର କରିବା ଏବଂ ଯଥାଶୀଘ୍ର ସଂପୂର୍ଣ୍ଣ କରିବା ଉପରେ ଶ୍ରୀ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ। ଆଠଗଡ ସହରରେ ରାସ୍ତା ଆଲୋକୀକରଣକୁ ବ୍ୟବସ୍ଥିତ କରିବା ଉପରେ ପ୍ରକଳ୍ପ ନିର୍ଦ୍ଦେଶକ ଗୁରୁତ୍ୱାରୋପ କରିଥିଲେ। କ୍ଷେତ୍ର କର୍ମଚାରୀ ନିଜ ନିଜ କ୍ଷେତ୍ରରେ ସକାଳ ୮ଟା ସୁଦ୍ଧା ଉପସ୍ଥିତ ରହିବା ଓ ସମୟାନୁଯାୟୀ ସମସ୍ତ କାର୍ଯ୍ୟ ସଂପୂର୍ଣ୍ଣ କରିବାକୁ ସେ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କୁ ତୁରନ୍ତ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବା ପାଇଁ ସେ ଏନଏସି ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଡୁଡା ପକ୍ଷରୁ ଆଠଗଡ ସହରର ଚାଲିଥିବା ଉନ୍ନୟନ କାର୍ଯ୍ୟ ଏବଂ ଦୈନନ୍ଦିନ କାର୍ଯ୍ୟର ପ୍ରତି ୮ଦିନ ଅନ୍ତରରେ ସମୀକ୍ଷା କରାଯିବ ବୋଲି ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ। ସୂଚନା ଥାଉକି ଶ୍ରୀ ସ୍ୱାଇଁ ଆଠଗଡର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରି ଗତ ମେ ମାସ ୩୧ତାରିଖରେ ଅବସର ଗ୍ରହଣ କରିଥିଲେ। ତାଙ୍କ ପାରଦର୍ଶିତାକୁ ଉପଲବ୍ଧି କରି ତାଙ୍କୁ କଟକ ଓ ଜଗତସିଂହପୁର ଜିଲ୍ଲାର ସହରାଞ୍ଚଳ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅସ୍ଥାୟୀ ନିଯୁକ୍ତି ଦେବା ପରେ ଗତ ୧୯ତାରିଖରେ ସେ ନିଜ ନୂତନ କାର୍ଯ୍ୟରେ ଯୋଗଦାନ କରିଛନ୍ତି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories