www.samajalive.in
Monday, December 8, 2025
24.1 C
Bhubaneswar

କୋଟିଆ ପରିସ୍ଥିତି ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଦାୟୀ : ନିରଞ୍ଜନ

ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳି କୋରାପୁଟ ଜିଲ୍ଲାର ବିବାଦୀୟ କୋଟିଆ ଅଂଚଳ ଗ୍ରସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । ଦୀର୍ଘ ବର୍ଷ ଧରି କୋଟିଆ ଅଂଚଳରେ ଆନ୍ଧ୍ର ଏବଂ ଓଡ଼ିଶାର ସୀମା ନିର୍ଦ୍ଧାରଣ ହୋଇନଥିଲା ବେଳେ ୧୯୬୮ ମସିହାରୁ ଏକ ମାମଲା ସୁପ୍ରିମକୋର୍ଟରେ ବିଚାରାଧିନ ରହିଛି । ମାତ୍ର ଏ ବର୍ଷ ଆନ୍ଧ୍ର ପ୍ରଶାସନ, ଓଡ଼ିଶାର ୨୧ଟି ରାଜସ୍ୱ ଗ୍ରାମକୁ ନେଇ ତିନୋଟି ପଂଚାୟତ ଯଥା ପାଟସିନେରୀ, ଫଗୁସିନେରୀ, ତଳଗଞ୍ଜେଇପଦର ଏହିଭଳି ତିନୋଟି ଗ୍ରାମ ପଂଚାୟତ ଗଠନକରି ନିର୍ବାଚନ କରଛନ୍ତି । ଯାହାକୁ ନେଇ ଓଡ଼ିଶାରେ ଉଦ୍‌ବେଗ ପ୍ରକାଶ ପାଇଛି । ଆଜି ପିସିସି ସଭାପତିଙ୍କ ଗ୍ରସ୍ତ ସମୟରେ ଅନେକ ଶିକ୍ଷିତ ଯୁବକ ଯୁବତୀ ଖୋଲାଖୋଲି ଭାବରେ ଏ ନେଇ ସେମାନଙ୍କର ମତବ୍ୟକ୍ତ ପ୍ରକାଶ କରିବା ସହ ଓଡ଼ିଶା ସରକାରଙ୍କର ଉଦାସୀନତା ନେଇ କ୍ଷୋଭପ୍ରକାଶ କରିଛନ୍ତି ।

ଏହି ଅଂଚଳର ଶିକ୍ଷିତ ଯୁବତୀମାନଙ୍କ ପ୍ରତିନିଧି  ଶ୍ରୀ ପଟ୍ଟନାୟକଙ୍କୁ ଏକ ଚାରିଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ଯେଉଁ ଦାବିରେ କୋଟିଆ ଅଂଚଳର ଶିକ୍ଷିତ ଯୁବକଯୁବତୀ ମାନଙ୍କ ଦକ୍ଷତା ବିକାଶ ପ୍ରଶିକ୍ଷଣ ଦେବା ସହ ନିଯୁକ୍ତି ଦେବା। ଏ ଅଂଚଳରେ ବେଆଇନ ଭାବରେ ଲୋକଙ୍କ ନିଜ ଜମି ଉପରେ ସରକାର କରିଥିବା ମେଡିକାଲ, ଅଙ୍ଗନାୱାଡ଼ି କେନ୍ଦ୍ର ଓ ଆବାସିକ ବିଦ୍ୟାଳୟ ମାନଙ୍କରେ ଜମି ହରା ପରିବାର ସଦସ୍ୟଙ୍କୁ ନିଯୁକ୍ତି, ବହିଯାଉଥିବା ଝରଣାର ଜଳକୁ ବ୍ୟବହାର କରି କୃଷି ଏବଂ କୃଷକର ଉନ୍ନତି ନିମନ୍ତେ ସୁବନ୍ଦୋବସ୍ତ ଏବଂ ପ୍ରତ୍ୟେକ ସ୍କୁଲରେ ନିୟମିତ ଶିକ୍ଷାଦାନ କରିବାପାଇଁ ଦାବି ରଖିଥିଲେ । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କୋଟିଆ ଅଂଚଳ ୧୯୩୬ ମସିହା ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଠାରୁ ଓଡ଼ିଶାରେ ହିଁ ରହିଛି ଓ ରହିବ କହିବା ସହ କୋଟିଆ ଅଂଚଳର ସର୍ବାଙ୍ଗୀନ ଉନ୍ନତି କରିବାପାଇଁ କଂଗ୍ରେସ ଦଳ ସବୁ ପ୍ରକାର ଉଦ୍ୟମ କରିବ ବୋଲି କୋଟିଆ ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ଏକ ବିଶାଳ ସମାବଶେରେ ଉଦ୍‌ବୋଧନ ଦେଇଥିଲେ ।

- Advertisement -

ଏହି ସମାବେଶରେ ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, କୋରାପୁଟ ଲୋକସଭା ସାଂସଦ ସପ୍ତଗିରୀ ଉ୍‌ଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡି ବିଧାୟକ  ରମେଶ ଜେନା, ଜ୍ଞାନଦେବ ବେଉରା, ରାୟଗଡ଼ା ଜିଲ୍ଲା ସଭାପତି  ଦୁର୍ଗପ୍ରସାଦ ପଣ୍ଡା, କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ନବରଙ୍ଗପୁର ଜିଲ୍ଲା ସଭାପତି ମନୋରଞ୍ଜନ ତ୍ରିପାଠୀ, ମାଲକାନଗିରୀ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର, ପୂର୍ବତନ ବିଧାୟକ ଭୂଜବଳ ମାଝୀ, ସଦନ ନାୟକ, ପିସିିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏବଂ ଅଭିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ପୂର୍ବତନ ବିଧାୟକ, ୨୦୧୯ ମସିହାରେ ସମସ୍ତ ବିଧାନସଭା ପ୍ରାର୍ଥୀ ଓ ସମସ୍ତ ବ୍ଲକ ସଭାପତି ଓ ବରିଷ୍ଠ କଂଗ୍ରେସ ନେତାମାନେ ଯୋଗଦେଇ ଓଡ଼ିଶାର ସ୍ୱାଭିମାନର ସୁରକ୍ଷା ସହ କୋଟିଆ ଅଂଚଳର ଭୂମିକୁ ସୁରକ୍ଷା ଦେବାପାଇଁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବଜ୍ର ଶପଥ ନେଇଥିଲେ ।

ପୂର୍ବାହ୍ନରେ ପିସିିସି ସଭାପତି ଶ୍ରୀ ପଟ୍ଟନାୟକ କିଛି ବରିଷ୍ଠ ନେତାମାନଙ୍କ ସହ ପାଟସିନେରୀ, ମଡ଼କାର, ଫଗୁଣସିନେରୀ, ତଳଗଞ୍ଜେଇ ପଦର ଆଦି ଦୁର୍ଗମ ଗ୍ରାମମାନଙ୍କୁ ଯାଇ ସେଠାରେ ସ୍ଥାନୀୟ ଅଧିବାସୀଙ୍କ ସହ ସେମାନଙ୍କର ସମସ୍ୟା ଓ ଏହାର ସମାଧାନ ନେଇ ଆଲୋଚନା କରିଥିଲେ । ଏହି ସମୟରେ ଶହ ଶହ ଆଦିବାସୀ ମହିଳା ଏବଂ ପୁରୁଷ ପାରମ୍ପରିକ ନାଚ, ଗୀତ ଓ ବାଦ୍ୟରେ ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ସହ ପ୍ରତିନିଧି ମଣ୍ଡଳୀଙ୍କୁ ସ୍ୱାଗତ କରିଥିଲେ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories