www.samajalive.in
Sunday, December 7, 2025
14.1 C
Bhubaneswar

ବଡ଼ଗାଁ ସୁନା ଦୋକାନୀ ଡକାୟତି ଓ ହତ୍ୟା ଘଟଣା : ଆଗ ସୁଟ, ପରେ ଲୁଟ ଗ୍ୟାଙ୍ଗକୁ ରାଜ୍ୟ ବାହାରେ ଧରିଲା ପୁଲିସ

ସୁନ୍ଦରଗଡ଼/ବଡ଼ଗାଁ : ସ୍ପଷ୍ଟ ଦିବାଲୋକରେ ଗୁଳି ଫୁଟାଇ ବଡ଼ଗାଁ ସୁନା ବେପାରୀଙ୍କୁ ହତ୍ୟା କରିବା, ସୁନା ଭର୍ତ୍ତିଥିବା ବ୍ୟାଗ ଓ ଟଙ୍କା ଲୁଟ ଘଟଣା ଯେତିକି ଆଲୋଡନ ସୃଷ୍ଟି କରିଥିଲା ରାଜ୍ୟ ବାହାରୁ ସଂପୃକ୍ତ ଅପରାଧି ଗୋଷ୍ଠୀଙ୍କୁ ସୁନ୍ଦରଗଡ଼ ପୁଲିସ ଟିମ ଗିରଫ କରିବା ଓ ସେମାନଙ୍କଠାରୁ ସୁନା, ନଗଦ ଟଙ୍କା, ପିସ୍ତଲ, ଜିଅନ୍ତା ଗୁଳି ପ୍ରଭୁତି ଜବତ କରି ୫ଜଣ (୨ଜଣ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ୩ଜଣ ଲୁଟ ସୁନା କିଣିବା)ଙ୍କୁ ଗିରଫ କରିବା ଘଟଣା ପୁଲିସ ପାଇଁ ସେତିକି ଉତ୍ସାହପ୍ରଦ ଥିଲା ହେଲେ ୧୦ଦିନର ଲଗାତାର ପରିଶ୍ରମ ପରେ ପୁଲିସ ଏହି ଦୁର୍ଦ୍ଧାନ୍ତ ଅପରାଧି ଗ୍ୟାଙ୍ଗକୁ ବିହାର ଓ ଝାଡ଼ଖଣ୍ଡରୁ ଗିରଫ କରିବାରେ ସକ୍ଷମ ହୋଇଛି । ଆସନ୍ତା କାଲି ସେମାନଙ୍କୁ ସୁନ୍ଦରଗଡ଼ ଅଣାଯାଇ ସ୍ଥାନୀୟ ଅଦାଲତରେ ହାଜର କରାଯିବ ବୋଲି ସୁନ୍ଦରଗଡ଼ ଏସ.ପି ସାଗରିକା ନାଥ ସୂଚନା ଦେଇଛନ୍ତି । ଆଜି ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ.ପି ନାଥ ଯେଉଁ ଅପରାଧିଙ୍କୁ ପୁଲିସ ଗିରଫ କରିଛି ସେମାନଙ୍କ ବିରୁଧରେ ବିହାର ଓ ଝାଡ଼ଖଣ୍ଡରେ ମଧ୍ୟ ଅପରାଧିକ ମାମଲା ରହିଥିବା ବେଳେ ଆଗ ସୁଟ, ପରେ ଲୁଟ ଏମାନଙ୍କ ଅପରାଧିକ ପଦ୍ଧତିର ଏକ ଶୈଳୀ ବୋଲି ଜଣାପଡ଼ିଛି । ତଦନ୍ତରେ ବ୍ୟାଘାତ ହେବା ଦୃଷ୍ଟିରୁ ସବିଶେଷ ତଥ୍ୟ ଏସ.ପି ନାଥ ପ୍ରକାଶ କରିନଥିଲେ ମଧ୍ୟ ଗ୍ୟାଙ୍ଗ ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ଏହି ଅପରାଧ ଘଟାଇ ଘଣ୍ଟାଏ ମଧ୍ୟରେ ରାଜ୍ୟ ସୀମା ପାର କରି ଅନ୍ୟ ରାଜ୍ୟକୁ ଚାଲିଯାଇଥିଲେ ହେଲେ ସ୍ଥାନୀୟ ଲୋକଙ୍କ ସଂପୃକ୍ତିକୁ ମଧ୍ୟ ଏଡ଼ାଇ ଦିଆଯାଇ ନ ପାରେ ବୋଲି ସୂଚନା ଦେବା ସହ ବ୍ୟବହୃତ ଆପାଚିକୁ ମଧ୍ୟ ପୁଲିସ ଠାବ କରିଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ, ଗତ ୧ ତାରିଖ ଦିନ ବଡ଼ଗାଁ ଥାନା ଠାରୁ ଅନୀତି ଦୂରରେ ଥିବା ମା ମଙ୍ଗଳା ସୁନା ଦୋକାନର ମାଲିକ ରୋହିତ କୁମାର ବର୍ମା ଦୋକାନ ଖୋଲିବାକୁ ଆସୁଥିବା ଦୁବୁର୍ତ୍ତମାନେ ବାଇକରେ ଆସି ତାଙ୍କ ଉପରକୁ ଗୁଳି ଚାଳନା କରିବା ସହ ସୁନା ଭର୍ତ୍ତି ବ୍ୟାଗ ଓ ନଗଦ ଟଙ୍କା ଲୁଟ କରିଥିଲେ । ଡକାୟତ ଦଳଙ୍କୁ ପ୍ରତିରୋଧ କରି ସ୍ଥାନୀୟ ଅଞ୍ଚଳର ସରୋଜ ଦାସ ମଧ୍ୟ ଗୁରୁତର ଆହତ ହୋଇଥିବା ବେଳେ ସୁନା ଦୋକାନୀ ବର୍ମାଙ୍କ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଥିଲା । ଏ ଘଟଣା ଘଟିବା ପରେ ଏସ.ପିଙ୍କ ନିର୍ଦ୍ଦେଶକ୍ରମେ ୩ଟି ସ୍ୱତନ୍ତ୍ର ଗଠନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ଛାନଭିନ କରିବା ପାଇଁ ବଡ଼ଗାଁ ଏସ.ଡି.ପି.ଓ ଶଶାଙ୍କ ଶେଖର ବେହୁରାଙ୍କ ନେତୃତ୍ୱରେ ପୁଲିସ ଦଳ କାର୍ଯ୍ୟ କରୁଥିବା ବେଳେ ଟାଉନ ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ ଓ ସବଇନ୍ସପେକ୍ଟର ଭଗବାନ ପୁଝାରୀଙ୍କ ନେତୃତ୍ୱରେ ଅନ୍ୟ ଏକ ଟିମ ରାଜ୍ୟ ବାହାରକୁ ତଦନ୍ତ ପାଇଁ ଯାଇଥିଲେ । ସେହିପରି ବୈଷୟିକ ଟିମକୁ ମଧ୍ୟ ଏସ.ପି ନିୟୋଜିତ କରିଥିଲେ । ଘଟଣା ଘଟିବାର ୮ଦିନ ପର୍ଯ୍ୟନ୍ତ ଅପରାଧିଙ୍କ ସଂପର୍କରେ ପୁଲିସ କୌଣସି ଆଖିଦୃଶିଆ ପଦକ୍ଷେପ ନେଇନଥିବାର ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଅସନ୍ତୋଷ ବୃଦ୍ଧି ପାଉଥିଲା ଓ ଗତକାଲି ବଡ଼ଗାଁର ବ୍ୟବସାୟିକ ଗୋଷ୍ଠୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଏସ.ପିଙ୍କୁ ସାକ୍ଷାତ କରି ସେମାନଙ୍କ ଉଦ୍‍ବେଗର କାରଣ ଜଣାଇବାରୁ ଖୁବଶୀଘ୍ର ଆମେ ଏହି ମାମଲାର ପର୍ଦ୍ଦାଫାଶ କରିବୁ ବୋଲି ଏସ.ପି ନାଥ ପ୍ରତିଶୃତି ଦେଇଥିଲେ ହେଲେ ୨୪ଘଣ୍ଟା ନପୁରୁଣୁ ଆଗ ସୁଟ, ପରେ ଲୁଟ ଗ୍ୟାଗକୁ ରାଜ୍ୟ ବାହାରେ ଗିରଫ କରିଥିବାରୁ ସ୍ଥାନୀୟ ବାସିନ୍ଦା ଆଶ୍ୱସ୍ତି ପ୍ରକାଶ କରିଛନ୍ତି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories