www.samajalive.in
Thursday, December 11, 2025
18.1 C
Bhubaneswar

ପିବିଏଲ୍‍ ଖେଳାଳି ନିଲାମ: ସାଇନା, ସିନ୍ଧୁଙ୍କ ସହ ୭ଜଣ ସବୁଠାରୁ ଦାମୀ

ନୂଆଦିଲ୍ଲୀ : ପ୍ରିମିୟର ବ୍ୟାଡମିଣ୍ଟନ୍‍ ଲିଗ୍‍ (ପିବିଏଲ୍‍)ର ଖେଳାଳି ନିଲାମ ସୋମବାର ଅନୁଷ୍ଠିତ ହୋଇଯାଇଛି। ନିଲାମରେ ଭାରତୀୟ ତାରକା ମହିଳା ଖେଳାଳି ସାଇନା ନେହୱାଲ୍‍ ଓ ପିଭି ସିନ୍ଧୁଙ୍କ ସମେତ ୭ଜଣ ଖେଳାଳି ସବୁଠାରୁ ଦାମୀ ଖେଳାଳି ଭାବେ ଉଭା ହୋଇଛନ୍ତି। ପିବିଏଲ୍‍ର ଚତୁର୍ଥ ସଂସ୍କରଣ ଡିସେମ୍ବର ୨୨ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଆୟୋଜିତ ହେବ। ଉଦ୍‍ଘାଟନୀ ମ୍ୟାଚ୍‍ ମୁମ୍ବଇରେ ଓ ଫାଇନାଲ ମ୍ୟାଚ୍‍ ବେଙ୍ଗାଲୁରୁରେ ଖେଳାଯିବ।
ସୋମବାର ଖେଳାଳି ନିଲାମରେ ଭାଗ ନେଇଥିବା ଫ୍ରାଞ୍ଚାଇଜିମାନେ ଜଣେ ଖେଳାଳିଙ୍କୁ କିଣିବାକୁ ସର୍ବାଧିକ ୮୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଧାର୍ଯ୍ୟ ହୋଇଥିଲା। ସିନ୍ଧୁଙ୍କୁ ହାଇଦରାବାଦ୍‍ ହଣ୍ଟର୍ସ, ସାଇନାଙ୍କୁ ନର୍ଥଇଷ୍ଟ ୱାରିୟର୍ସ, ପ୍ରଣୟଙ୍କୁ ଦିଲ୍ଲୀ ଡ୍ୟାସର୍ସ, ମାରିନ୍‍ଙ୍କୁ ପୁଣେ ୭ ଏସ୍‍, ଭିକ୍ଟର ଆକ୍ସସେଲସନ୍‍ଙ୍କୁ ଅହମ୍ମଦାବାଦ୍‍ ସ୍ମାଶ୍‍ ମାଷ୍ଟର, ଲି’ ୟଙ୍ଗ ଡାଇଙ୍କୁ ମୁମ୍ବଇ ଓ କିଦାମ୍ବି ଶ୍ରୀକାନ୍ତଙ୍କୁ ବେଙ୍ଗାଲୁରୁ ବ୍ଲାଷ୍ଟର୍ସ ଦଳ ୮୦ ଲକ୍ଷ ଟଙ୍କା ଲେଖାଏଁ ଦେଇ କିଣିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରିସ୍‍ ଆଡକକ୍‍ଙ୍କୁ ଚେନ୍ନାଇ ୫୪ ଲକ୍ଷ, ସାତ୍ତ୍ୱିକ ସାଇରାଜଙ୍କୁ ଅହମ୍ମଦାବାଦ୍‍ ୫୨ ଲକ୍ଷ, ମାଥ୍ୟୁଏସ୍‍ ବାଓଙ୍କୁ ପୁଣେ ୫୦ ଲକ୍ଷ, ସମୀର ବର୍ମାଙ୍କୁ ମୁମ୍ବଇ ୪୨ ଲକ୍ଷ, ଅଶ୍ୱିନ୍‍ ପୋନପ୍ପାଙ୍କୁ ଅବୋଧ ୱାରିୟର୍ସ ଏବଂ ସାଇ ପ୍ରଣୀତଙ୍କୁ ବେଙ୍ଗାଲୁରୁ ୩୨ ଲକ୍ଷ ଟଙ୍କା ଲେଖାଏଁ, ସିକ୍କି ରେଡ୍ଡିଙ୍କୁ ଅହମ୍ମଦାବାଦ୍‍ ୨୯ ଲକ୍ଷ ଟଙ୍କାରେ କିଣିଛି।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories