ହୋଟେଲରୁ ମିଳିଲା ବଙ୍ଗଳା ଅଭିନେତ୍ରୀଙ୍କ ମୃତଦେହ

0

ବଙ୍ଗଳା ସିନେଜଗତର ଲୋକପ୍ରିୟ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତିଙ୍କ ମୃତଦେହ ସିଲିଗୁଡିର ଏକ ହୋଟେଲ ରୁମରୁ ଉଦ୍ଧାର ହୋଇଛି । ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ଜଣାପଡିଛି । ଦକ୍ଷିଣ କଲିକତାର ପାୟଲ ମଙ୍ଗଳବାର ଦିନ ସିଲିଗୁଡିର ଚର୍ଚ୍ଚ ରୋଡ ନିକଟସ୍ଥ ଏକ ହୋଟେଲରେ ରହିଥିଲେ ।

ହୋଟେଲ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ପାୟଲ ଗ୍ୟାଙ୍ଗଟକ ଯିବାର ଥିଲା । ଯେବେଠାରୁ ସେ ହୋଟଲରେ ରୁମ ବୁକ କରିଛନ୍ତି ସେବେଠାରୁ ସେ ରୁମରୁ ବାହାରୁ ନଥିଲେ । ବୁଧବାର କବାଟ ବାଡେଇବାରୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ । ପରେ ହୋଟେଲ କର୍ମଚାରୀ ପୁଲିସ ଖବର ଦେଇଥିଲେ । ପୁଲିସ ପହଞ୍ଚିଲା ପରେ କବାଟ ଭାଙ୍ଗି ପାୟଲଙ୍କ ମୃତଦେହ ଉଦ୍ଧାର କରିଥିଲେ ।

ପାୟଲ ବଙ୍ଗାଳା ଭାଷାର ଅନେକ ଚଳଚ୍ଚିତ୍ର ଓ କେତେକ ଧାରାବାହିକରେ ଅଭିନୟ କରିଛନ୍ତି । ବଲିଉଡ୍ ଫିଲ୍ମ ‘ଗୁଡ୍ଡି କି ଗନ’ ରେ ସେ ଅଭିନୟର ସୁଯୋଗ ପାଇଥିଲେ । ଆଗାମୀ ବେଙ୍ଗଲୀ ଫିଲ୍ମ ‘କେଲୋ’ରେ ଏକ ଗୁରୁତ୍ବପୁର୍ଣ୍ଣ ଭୂମିକାରେ ଅଭିନୟ କରିଥାନ୍ତେ ।

Leave A Reply