www.samajalive.in
Saturday, December 6, 2025
16.1 C
Bhubaneswar

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା: ଆତ୍ମହତ୍ୟା ଧମକ ଦେଲେ ପୁରୁଷ ବନ୍ଧୁଙ୍କ ବାପା

କେନ୍ଦ୍ରାପଡ଼ା/ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ବଡ଼ପଡ଼ା ପଞ୍ଚାୟତ କାଠିଆପଡ଼ା ଗ୍ରାମର ଛାତ୍ରୀ ଜଳିଯିବା ଘଟଣା। ପୁରୁଷ ବନ୍ଧୁ ପ୍ରମୋଦ ବେହେରାଙ୍କ ବାପା ଆତ୍ମହତ୍ୟା ଧମକ ଦେଇଛନ୍ତିି। ସେ କହିଛନ୍ତି ମୋ ପୁଅ ପ୍ରତି ଅନ୍ୟାୟ ହୋଇଛି। ଏବେ ଏହି ଘଟଣାରେ ରାଜନୀତି କରାଯାଉଛି। ମୁଁ ଗରିବ ବୋଲି ନ୍ୟାୟ ପାଉନି , ବାଧ୍ୟ ହୋଇ ମୁଁ ଆତ୍ମହତ୍ୟା କରିବି। ବର୍ତ୍ତମାନ ପୁରୁଷ ବନ୍ଧୁଙ୍କ ଗାଁ ତେରୋହୀରେ ଚାପା ଉତ୍ତେଜନା ଦେଖାଦେଇଛି। ସେପଟେ ଶୁକ୍ରବାର ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଯୁବତୀର ପୁରୁଷ ବନ୍ଧୁଙ୍କୁ ଚେନ୍ନାଇରୁ ପୁଲିସ ଗିରଫ କରିବା ପରେ ଯୁବକର ମା’ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ଝିଅକୁ ତାଙ୍କ ପରିବାର ମାରିଦେଇ ଅଯଥାରେ ଆମ ମୁଣ୍ଡରେ ଅଠା ବୋଳୁଛନ୍ତି ବୋଲି ଆରୋପ କରିଥିଲେ। ଏପରି ଅଭିଯୋଗକୁ ମଧ୍ୟ ପୁଲିସ ଗୁରୁତର ସହ ନେଇଛି। ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ପୁଲିସ ମଧ୍ୟ ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କ ଉପରେ ପ୍ରଥମରୁ ସନ୍ଦେହ କରି ଆସୁଛି। ପ୍ରକୃତରେ ଏହା ଆତ୍ମହତ୍ୟା ନା ହତ୍ୟା ସେଥିନେଇ ପୁଲିସର ସନ୍ଦେହ ବଢୁଛି। ଯୁବତୀ ନିଜେ ଆତ୍ମଦାହ କରିଛନ୍ତି ନା’ ତାଙ୍କୁ ପୋଡ଼ି ଦିଆଯାଇଛି ସେଥିନେଇ ତଦନ୍ତକାରୀ ଦଳ ଅଧିକ ଖୋଳତାଡ଼ କରିବା ଆରମ୍ଭ କରିଛି। ଶନିବାର ପୁଲିସ ଛାତ୍ରୀଙ୍କ ବାପାଙ୍କୁ ଥାନାକୁ ଆଣି ଘନଘନ ପଚରାଉଚରା କରିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories