www.samajalive.in
Thursday, December 11, 2025
18.1 C
Bhubaneswar

ପାହାଡ଼ ଉପରେ ସ୍ଵାସ୍ଥ୍ୟ ଶିବିର

ପାତ୍ରପୁର: ପାତ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ପାହାଡ଼ ଉପର ଆଙ୍କୁଲି ଅଙ୍ଗନାବାଡି କେନ୍ଦ୍ର ଠାରେ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ଆଙ୍କୁଲି, ବୁରସାହି, ତିତିରି ସୀଙ୍ଗି, ଲେଂଗେନା ସାହି, ଫୁଲ ସାହି, ଗୋକୋର୍ଣ୍ଣ। ସାହି, ପ୍ରଭୁତି ଗ୍ରାମର ୨୫୦ଜଣଙ୍କ ସ୍ଵାସ୍ଥ୍ୟ ପରୀକ୍ଷା  କରାଯାଇଥିଲା। ଶିବିରରେ ସ୍ଵାସ୍ଥ୍ୟ ପରୀକ୍ଷା ସହିତ ଦନ୍ତ ପରୀକ୍ଷା ଗର୍ଭବତୀ ମହିଳା ଏବଂ ଶିଶୁଙ୍କ ପରୀକ୍ଷା, ଚକ୍ଷୁ, ଯକ୍ଷ୍ମା,ଶିଶୁଙ୍କ ଆଦି ଟୀକାକରଣ  କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ରୋଗୀମାନଙ୍କୁ ଔଷଧ ବଣ୍ଟନ କରାଯାଇଥିଲା।

ଏହି ସ୍ଵାସ୍ଥ୍ୟ ଶିବିରରେ ପାତ୍ରପୁର ସ୍ଵାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀ ଡ଼ା ସମ୍ବିତ ବେଗରାୟ, ଡ଼ା ସମୀର ବେଗ, ଡ଼ା ଶ୍ରୀନିବାସ ଷଡ଼ଙ୍ଗୀ, ମ୍ୟାଲେରିଆ ଟେକ୍ନିସିଆନ ଦୀପକ ମହାପାତ୍ର, ସୁଧାକର ପାତ୍ର, ଡ଼ା.ତୁଳସୀ ମଲ୍ଲିକ, ଡ଼ା ପ୍ରଫୁଲ୍ଲ ପାଢ଼ୀ,ଆର ବି ଏସ କେ ଟିମ୍ ଜୟଦେବ ବେହେରା,ଦିଗନ୍ତ ମହାନ୍ତି,ବୃନ୍ଦାବନ ନାଇକ, ରାଧାକୃଷ୍ଣ ସାହୁ, ପରମାନନ୍ଦ ଶବର, ମନୋଜ କୁମାର ସାହୁ, ଜିଲାମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ଶକ୍ତି ଦିଗାଲ, ପ୍ରଫୁଲ୍ଲ ପାତ୍ର ପ୍ରମୁଖ ଯୋଗଦେଇଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories