ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ରେଳବାଇରେ ରୂପାନ୍ତରଣ କାର୍ଯ୍ୟ ଜୋରସୋରରେ ଚାଲିଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ଗତକାଲି ୬୮ତମ କେନ୍ଦ୍ରୀୟ ରେଳ ସପ୍ତାହ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବ ଏବଂ ରେଳବାଇ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ବହୁ ବିଶିଷ୍ଟ ରେଳ ସେବା ପୁରସ୍କାର ପ୍ରଦାନ କରି ଶ୍ରୀ ବୈଷ୍ଣବ କହିଛନ୍ତି ଯେ ସମସ୍ତ ରେଳ କର୍ମଚାରୀ ସମ୍ପୂର୍ଣ୍ଣ ଉତ୍ସର୍ଗୀକୃତ ହୋଇ ଦେଶ ନିର୍ମାଣରେ ସହଯୋଗ କରିଛନ୍ତି। ରେକର୍ଡ ବେଗରେ ଏବଂ ବହୁ ପରିମାଣରେ ରେଳ ଭିତ୍ତିଭୂମି ବିକାଶ କରାଯାଉଛି ବୋଲି ସେ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଗତ ୪୦ ବର୍ଷ ମଧ୍ୟରେ ରେଳବାଇର ଯେତିକି ପରିମାଣ ବିଦ୍ୟୁତିକରଣ ହୋଇଥିଲା, ଗତ ଦଶ ବର୍ଷ ମଧ୍ୟରେ ତାହା କରାଯାଇଛି।
ଏକ ବିକଶିତ ଭାରତ ଗଠନରେ ରେଳବାଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ – ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ pic.twitter.com/kuthqrK1Qq
— Samaja Live (@samajalive) December 16, 2023
ଏକ ବିକଶିତ ଭାରତ ଗଠନରେ ରେଳବାଇ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ରେଳ ବୋର୍ଡ ମୁଖ୍ୟ ଜୟା ବିର୍ମା ସିହ୍ନା କହିଛନ୍ତି। ଏହି ସମାରୋହରେ ଦେଶର ୧୦୦ ଜଣ ରେଳ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କୃତ କରାଯାଇଥିଲା।



