ପାତ୍ରପୁର: ଗଞ୍ଜାମ ଜିଲାର ଜରଡା ଥାନା ଆନ୍ଧ୍ର ସୀମାନ୍ତ ଚାରି ଆଦିବାସୀ ଗ୍ରାମ ନିକଟ ମଦ ଭାଟିରେ ଚଢ଼ାଉକରି ବିପୁଳ ପରିମାଣର ପୋଚ ନଷ୍ଟ କରିବା ସହ ମଦ ଜବତ ହୋଇଛି। ଆନ୍ଧ୍ର ଓଡ଼ିଶା ଅବକାରୀ ବିଭଗ ଏବଂ ଜରଡ।ପୋଲିସ ମିଳିତ ଭାବେ ଏହି ଚଢ଼ାଉକରିଥିଲେ। ପାତ୍ରପୁର ତହସିଲଦାର ଅମିତ କୁମାର ନାୟକ ଏହି ଚଢ଼ାଉ ବେଳେ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିଲେ।ସୀମାନ୍ତ ରାମଚନ୍ଦ୍ରପୁର, ଗଙ୍ଗାପୁର, ତିତିଗାଁ, ଫଟକାସିଙ୍ଗି ଆଦି ଗ୍ରାମର ଚୋରା ଦେଶୀ ମଦ ଭାଟି ଉପରେ ଚଢ଼ାଉ ହୋଇଥିଲା।
ଗଙ୍ଗାପୁର ଜଙ୍ଗଲ ରେ୧୬୨୦୦ଲିଟର ପୋଚ ନଷ୍ଟକରିବାସହିତ୨୧୦ଲିଟର ମଦ ଜବତ ହୋଇଥିଲା।ରାମଚନ୍ଦ୍ରପୁର ଜଙ୍ଗଲରେ ୭୦୦୦ଲିଟର ପୋଚ ନଷ୍ଟ କରିବା ସହିତ ୬୦ଲିଟର ମଦ ଜବତ ହୋଇଥିଲା। ଫଟକାସିଙ୍ଗି ଜଙ୍ଗଲରେ ୩୦୦୦ ଲିଟର ପୋଚ ନଷ୍ଟ କରାଯାଇଥିଲା। ସମୁଦାୟ ୨୬୨୦୦ଲିଟର ପୋଚ ଜବତ କରି ନଷ୍ଟ କରାଯାଇଥବା ବେଳେ୨୭୦ଲିଟର ମଦ ଜବତ ହୋଇଛି। ଏହି ଚଢ଼ାଉବେଳେ ଆନ୍ଧ୍ର ଓଡିଶା ଅବକାରୀ ବିଭଗ ସହିତ ଜରଡ। ପୁଲିସ, ଚିକିଟି, ସଦର ଅବକାରୀ କର୍ମଚାରୀ ଏପିଆର କର୍ମଚାରୀ ସାମିଲ ଥିଲେ।ଏହି ସୀମାନ୍ତଅଞ୍ଚଳରେ ବାରମ୍ବାରଚଢ଼ାଉକରି ମଦ ପୋଚ ନଷ୍ଟ କରୁଥିବା ବେଳେ ଗଜପତି ସୀମାନ୍ତ ଅଞ୍ଚଳରେ ଚଢ଼ାଉ କଲେ ଚୋରାମଦ ବିକ୍ରିରୋକା ଯାଇପାରିବ।



