www.samajalive.in
Saturday, December 6, 2025
19.1 C
Bhubaneswar

ନବରଙ୍ଗପୁର କେନ୍ଦ୍ରୀୟ ବିଦ୍ୟାଳୟର ପିଟିଏ ବୈଠକ

ନବରଙ୍ଗପୁର: ଜିଲାର ଏକମାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଅବିଭାବକ ଓ ଶିକ୍ଷକ ସଂଘ (ପିଟିଏ) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଧ୍ୟକ୍ଷ ମଣ୍ଟୁ କୁମାର ସଭାପତିତ୍ୱ କରିବା ସହ ବିଦ୍ୟାଳୟର ବିଭିନ୍ନବିକାଶ ମୂଳକକାର୍ଯ୍ୟ ସଂପର୍କରେ ଅବଗତ କରାଇଥିଲେ। ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ପରୀକ୍ଷା ଫଳ ପ୍ରକାଶିତ ହୋଇଥବା କହିଥିଲେ। ବିଦ୍ୟାଳୟରେ ୮୧୮ ଛାତ୍ରଛାତ୍ରୀ ପଢୁଥିବାବେଳେ ୯୦ ପ୍ରତିଶତ ପିଲା ଅନ୍‍ଲାଇନ କ୍ଲାସ ରେ ଭାଗ ନେଉଥିବା କହିଥିଲେ। ତେବେ ନିୟମିତ ଭାବେ ୫୦ ପ୍ରତିଶତ ପିଲା କ୍ଲାସ କରୁଛନ୍ତି। ନୂତନ ନିୟମ ଅନୁସାରେ ଏଣିକି ଦଶମ ଓ ଦ୍ୱାଦଶଶ୍ରେଣୀର ପିଲାମାନଙ୍କର ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ହେବ। ପ୍ରତି ପରୀକ୍ଷାରେ ୫ଟି ଚାପ୍‍ଟର ରହିବ।

ଏହି ଦୁଇଟି ପରୀକ୍ଷାରର ମାର୍କ ମିଶି ମୋଟମାର୍କ ଦିଆଯିବ ବୋଲି କହିଥିଲେ। ଏହାଛଡା ଦଶମ ବୋର୍ଡ ପରୀକ୍ଷାରେ ମୋଟ ୬୦ ପ୍ରତିଶତରୁ କମ ମାର୍କଥିବା ଥିବା ପିଲା ଏହି ବିଦ୍ୟାଳୟରେ ଏକାଦଶ ଶ୍ରେଣୀରେପଢିବାକୁ ସୁଯୋଗ ମିଳିବନି ବୋଲି କହିଥିଲେ। ଏଥିପାଇଁ ଅବିଭାବକ ମାନେ ସେମାନଙ୍କର ପିଲା ମାନଙ୍କର ପ୍ରତି ଯତ୍ନବାନ ହେବାକୁ କହିଥିଲେ। ବିଦ୍ୟାଳୟର ୩୬ ଜଣ ପିଲାଙ୍କର ମୋବାଇଲ ନଥିବାରୁ ସେମାନେ ଅନ୍‍ଲାଇନ କ୍ଲାସ କରିବାରେ ସକ୍ଷମ ହୋଇ ପାରୁନଥିବାରୁ ଏଥିପ୍ରତି କୈାଣସି ଦାତବ୍ୟ ଅନୁଷ୍ଠାନ ସହାୟତା କରିବାକୁ ସେ ଅନୁରୋଧ କରିଥିଲେ। ପିଟିଏ ସମ୍ପାଦକ ବାଙ୍କ ବିହାରୀ ବିଷୋୟୀ ଏହି ବିଦ୍ୟାଳୟରେ ସଭାଗୃହ ନଥିବାରୁ ଏକ ହଜାର ପିଲା ଓ ଅବିଭାବକ ବସିବା ଭଳି ଏକ ଗୃହ ନିର୍ମାଣ କରିବାର ଆବଶ୍ୟକତା ରହିଥିବା କହିବା ସହ ଅତ୍ୟାଧୂନିକ ଅଡିଟରିୟମ ନିର୍ମାଣ ନିମନ୍ତେ ଅନୁଦାନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅନୁରୋଧ କରାଯିବାକୁ ବୈଠକ ମତ ଦେଇଥିଲେ। ସର୍ବସମ୍ମତି କ୍ରମେ ଏହି ପ୍ରସ୍ତାବକୁ ସମର୍ଥନ ଦିଆଯାଇଥିଲା। ଉପସଭାପତି ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସଦସ୍ୟା ଅଧ୍ୟାପିକା ଉର୍ମିଳା ବ୍ରହ୍ମା, ସଦସ୍ୟ ଅରବିନ୍ଦ ଶର୍ମା ଓ ସେବତୀ ସାହୁ ପ୍ରମୂଖ ଉପସ୍ଥିତ ରହି ବିଭିନ୍ନ ଆଲୋଚନା କରିଥିଲେ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories