www.samajalive.in
Saturday, December 6, 2025
14.1 C
Bhubaneswar

କରୋନା ନେଲା ବିଚାରାଧିନ କଏଦୀଙ୍କ ଜୀବନ!

ପାଟଣାଗଡ :ପାଟଣାଗଡ ଉପ କାରାଗାରରେ ବିଚାରାଧିନ କଏଦୀ ଭାବରେ ରହୁଥିବା ଧଣ୍ଡାମୁଣ୍ଡା ଗ୍ରାମର ବଲ୍ଲଭ ପ୍ରଧାନଙ୍କ ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାଯାଇଛି। ଗତ ୧୫ ତାରିଖ ଦିନ ନିଶା କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ବଲ୍ଲଭଙ୍କୁ ଖପ୍ରାଖୋଲ ପୁଲିସ କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ ଆବେଦନ ଖାରଜ ହେବା ପରେ ବଲ୍ଲଭଙ୍କୁ ପାଟଣାଗଡ ଉପ କାରାଗାରକୁ ପଠାଇ ଦିଆଯାଇଥିଲା। ସୂଚନାଯୋଗ୍ୟ ଯେ, କାରାଗାରକୁ ପଠାଇବା ବେଳେ ବଲ୍ଲଭ କରୋନା ମୁକ୍ତ ଥିବା ଜଣାଯାଇଥିଲା। ତେବେ କାରାଗାର ମଧ୍ୟରେ ବଲ୍ଲଭ କରୋନା ସଂକ୍ରମିତ ବୋଲି ଜଣାପଡିବା ସହ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ଭେଷଜ ମହାବିଦ୍ୟାଳୟରେ ଜେଲ କର୍ତ୍ତୃପକ୍ଷ ଭର୍ତ୍ତି କରିଥିଲେ। ତେବେ ଶୁକ୍ରବାର ଚିକିତ୍ସାଧୀନ ଅବସ୍ଥାରେ ବଲ୍ଲଭଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ବର୍ତ୍ତମାନ ପାଟଣାଗଡ ଉପ କାରାଗାରରେ ୧୧୭ ଜଣ ବିଚାରାଧୀନ କଏଦୀ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ୪୦ ଜଣ କରୋନା ସଂକ୍ରମିତ ହୋଇଥିବା ଜେଲ ଅଧୀକ୍ଷକଙ୍କ ଠାରୁ ଜଣାପଡିଛି। ତେବେ କରୋନାକୁ ମୁକାବିଲା କରିବାକୁ ୨୦ ଜଣ ବିଚରାଧୀନ କଏଦୀଙ୍କୁ କଣ୍ଟାବାଞ୍ଜି କାରାଗାରକୁ ସ୍ଥାନାନ୍ତର କରାଯିବ ବୋଲି ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories