ସ୍ବାମପାଟଣା ପ୍ରେସ କ୍ଲବର ବାର୍ଷିକ ଶୀତ ଅଧିବେଶନ

ପାଟଣା : କେନ୍ଦୁଝର ଜିଲ୍ଲା ସ୍ବାମପାଟଣା ପ୍ରେସ କ୍ଲବର ଶୀତ ଅଧିବେଶନ ଶୁକ୍ରବାର ଭୀମକୁଣ୍ଡ ଡାକବଙ୍ଗଳାରେ ଅନୁଷ୍ଟିତ ହୋଇଯାଇଛି । କ୍ଲବର ସଭାପତି ମହେଶ୍ୱର ପୃଷ୍ଟିଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବର ଉପଦେଷ୍ଟା ନୃସିଂହନାଥ ସିଂହ, ଉପସଭାପତି ବୀରକିଶୋର ଦାଶ, ରଞ୍ଜନ କୁମାର ବାରିକ, ସମ୍ପାଦକ ବିଜୟ ରତ୍ନ ପତି, ସହ ସମ୍ପାଦକ କାମିନିକାନ୍ତ ଦ୍ବିବେଦୀ, କୋଷାଧ୍ୟକ୍ଷ କିଶୋର କୁମାର ମହାନ୍ତ, ଶାନ୍ତନୁ କୁମାର ବେହେରା, ସନ୍ତୋଷ କୁମାର ପତି, ଅଭିମନ୍ୟୁ ରାଉତ, ଚିରଞ୍ଜୀବ ଦାଶ, ବିପ୍ଳବ କୁମାର ପୃଷ୍ଟି, ବସନ୍ତ କୁମାର ମହାନ୍ତ, ଅଞ୍ଜନ କୁମାର ରଣା, ବିଜୟ କୁମାର କାରୁଆ, ନିଶିକାନ୍ତ ବେହେରା, ସଞ୍ଜୟ କୁମାର ପଲେଇ, ଉଗ୍ରେସନ ପୃଷ୍ଟି , ଗୌତ୍ତମ ସେଠୀ ପ୍ରମୁଖ ଯୋଗ ଦେଇଥିଲେ। କ୍ଲବ ସୁଦୃଢ଼ ହେବା ସହିତ ପାଟଣା ଅଞ୍ଚଳର ବିକାଶ ସ୍ବାମପାଟଣା ପ୍ରେସ କ୍ଲବ ପାଇଁ ଏକ ଆହ୍ୱାନ ବୋଲି ବୈଠକ ରେ ଆଲୋଚନା କରାଯାଇଥିଲା ।

Comments are closed.