www.samajalive.in
Saturday, December 6, 2025
14.1 C
Bhubaneswar

ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ସହ ଅଞ୍ଚଳର ବିକାଶ ପାଇଁ ପରାମର୍ଶ ଲୋଡିଲେ ପାଟଣା ବିଧାୟକ

ପାଟଣା  :  ପାଟଣା ବ୍ଲକ ଅଞ୍ଚଳରେ କାର୍ୟ୍ୟରତ ସମସ୍ତ ମୁଦ୍ରିତ ଓ ବୈଦୁତିକ ଗଣମାଧ୍ୟମ ପ୍ରତିନିଧିଙ୍କୁ କରୋନା ସମୟର ବଳିଷ୍ଠ କର୍ତ୍ତବ୍ୟ ପରାୟଣତା ପାଇଁ ପାଟଣା ବିଧାୟକ ଜଗନ୍ନାଥ ନାଏକ ପୁଟୁଳିଆ ଫାର୍ମ ହାଉସ ଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ୟ୍ୟକ୍ରମର ଉପାୟନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ଗଠନ ମୂଳକ ପରାମର୍ଶ ଗ୍ରହଣ କରିଛନ୍ତି। ଯୁବ ସାମାଜିକ କର୍ମୀ ପ୍ରଶାନ୍ତ କୁମାର ଭଞ୍ଜଙ୍କ ଆୟୋଜନରେ ପାଟଣା ବିଧାୟକ ଜଗନ୍ନାଥ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ନବ ଗଠିତ ସ୍ଵାମପାଟଣା ପ୍ରେସ କ୍ଲବର ଉପଦେଷ୍ଟା ସଭାପତି ସମ୍ପାଦକ ଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ବ୍ଲକ ଅଞ୍ଚଳରେ କାର୍ୟ୍ୟରତ ପ୍ରାୟ ସମସ୍ତ ଗଣମାଧ୍ୟମ ପ୍ରତିନିଧି କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ। ଉପଦେଷ୍ଟା ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ଓ ରାହାସ ବିହାରୀ ପୃଷ୍ଟି ,ସଭାପତି ମହେଶ୍ୱର ପୃଷ୍ଟି ,ଉପସଭାପତି ବୀର କିଶୋର ଦାଶ,ରଞ୍ଜନ କୁମାର ବାରିକ, କୋଷାଧ୍ୟକ୍ଷ କିଶୋର ମହାନ୍ତ, ସମ୍ପାଦକ ବିଜୟ ରତ୍ନ ପତି ଙ୍କ ସହ ଶାନ୍ତନୁ କୁମାର ବେହେରା, ସନ୍ତୋଷ କୁମାର ପତି ଓ ଅଭିମନ୍ୟୁ ରାଉତ ପ୍ରମୁଖ ଅଞ୍ଚଳର ବିକାଶ ପାଇଁ ଥିବା ଆବଶ୍ୟକତା ଉପରେ ମତ ରଖିଥିଲେ। ବିଧାୟକ ଶ୍ରୀ ନାଏକ ତାଙ୍କ ଉତ୍ତର ରେ ପାଟଣା ନିର୍ବାଚନ ମଣ୍ଡଳୀକୁ ଅଗ୍ରଣୀ ନିର୍ବାଚନ ମଣ୍ଡଳୀ ରେ ପରିଣତ କରିବା ପାଇଁ ସେ ନିରବିର୍ଚ୍ଛିନ ଉଦ୍ୟମ ଜାରି ରଖିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ୟ୍ୟକ୍ରମ ଶେଷରେ ଗଣମାଧ୍ୟମ ପ୍ରତିନିଧି ଙ୍କ ପକ୍ଷରୁ ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ ଓ ରାହାସ ବିହାରୀ ପୃଷ୍ଟି ବିଧାୟକ ଙ୍କୁ ଉପୟନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। କାର୍ୟ୍ୟକ୍ରମରେ ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳ ର ଗଣମାଧ୍ୟମ ପ୍ରତିନିଧି ମାନେ ସାମିଲ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories