www.samajalive.in
Saturday, December 6, 2025
23.1 C
Bhubaneswar

ବୟୋଜ୍ୟେଷ୍ଠ କବି ଭିକାରୀ ଚରଣ ନାୟକଙ୍କ ପରଲୋକ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ସଅଁରାପଶି ର ବାସିନ୍ଦା ତଥା ଶିକ୍ଷାବିତ ଓ ଜଣାଶୁଣା କବି ଭିକାରୀ ଚରଣ ନାୟକଙ୍କ ପରଲୋକ । ଶୁକ୍ରବାର ସକାଳ ୫ଟା ସମୟରେ ସେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ବୟସ ୯୧ ବର୍ଷ। ଘସିପୁରା ବ୍ଲକ ଅଳତି ଗ୍ରାମର ମୂଳବାସିନ୍ଦା ଭିକାରୀ ଚରଣ ନାୟକ ଙ୍କ କର୍ମମୟ ଜୀବନ ଶିକ୍ଷକତା ରୁ ଆରମ୍ଭ ହୋଇଥିବା ବେଳେ ସମୟ କ୍ରମେ ସେ ପାଟଣା ବ୍ଲକରେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ କରିବା ସହ ସ୍ୱଳ୍ପ ସମୟ ପାଇଁ ଭାରପ୍ରାପ୍ତ ବି ଡି ଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।
ଅବସର ପରେ ସେ ସାହିତ୍ୟ କ୍ଷେତ୍ରରେ ମନୋନିବେଶ କରିଥିଲେ। ୫ ଶହ ରୁ ଉର୍ଦ୍ଧ କବିତା ୪୦ ଖଣ୍ଡରୁ ଉର୍ଦ୍ଧ ପ୍ରକାଶିତ ଓ ଅପ୍ରକାଶିତ କାବ୍ୟ ପୁସ୍ତକ ରଚନା କରିବା ସହ ବିଭିନ୍ନ ସାହିତ୍ୟିକ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଓ ସାମାଜିକ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ପାଟଣା ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ସେ ପ୍ରତିଷ୍ଠାତା ସଭାପତି ଥିଲେ। ତାଙ୍କ ବିୟୋଗରେ ପାଟଣା ଅଞ୍ଚଳରେ ଶୋକ ପ୍ରକାଶ ପାଇଛି।
ସମାଜସେବୀ ତଥା ପୂର୍ବ ବ୍ଲକ ଅଧ୍ୟକ୍ଷ ବିଦ୍ୟାଧର ଦାଶ, ଇଂ ବିନୋଦ ବିହାରୀ ନାଏକ, ସାମାଜିକ କର୍ମୀ ବିଜୟରତ୍ନ ପତି, ଅଜୟ କୁମାର ଦାଶ, ଗଦାଧର ମହାନ୍ତ, ପର୍ଶୁରାମ ପଣ୍ଡା , ଅରୁଣ କୁମାର ମିଶ୍ର , ଦେବାନନ୍ଦ ପୃଷ୍ଟି, ଜିଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ବ୍ଲକ ବିଜେଡି ସଭାପତି ମଧବାନନ୍ଦ ପୃଷ୍ଟି , ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ନାୟକ , ବିବେକାନନ୍ଦ ଦାଶ , କମଳା କାନ୍ତ ଦାଶ , ସମାଜସେବୀ ଅଖିଳ ଚନ୍ଦ୍ର ନାଏକ ,ସତ୍ୟବ୍ରତ ନାଏକ, ପ୍ରଫେସର ଜଗନ୍ନାଥ ଦାଶ, ପର୍ଶୁରାମ ପଣ୍ଡା, ଅରୁଣ ମିଶ୍ର ,କବି ଭରତ ଚନ୍ଦ୍ର ସାହୁ, ପ୍ରଫେସର ଡକ୍ଟର ଅବନୀକାନ୍ତ ଦାଶ, ଲକ୍ଷ୍ମଣ କୁମାର ଦାଶ, ପାଟଣା କଲେଜ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ମଞ୍ଜରୀ ତ୍ରିପାଠୀ,ପାର୍ଥସାରଥୀ ବେଜ,ପ୍ରାଥମିକ ଶିକ୍ଷକ ସଂଘ ସଂପାଦକ କମଳାକାନ୍ତ ପତି, ପ୍ରମୋଦ କୁମାର ମହାନ୍ତ, ଧରଣୀଧର ଦାସ, ଗଣମାଧ୍ୟମ ପ୍ରତିନିଧି ମହେଶ୍ୱର ପୃଷ୍ଟି , ବୀରକିଶୋର ଦାଶ , କାମିନୀ କାନ୍ତ ଦିବେଦୀ, ସନ୍ତୋଷ ପତି , ରଞ୍ଜନ ବାରିକ , ଚିରଞ୍ଜିବୀ ଦାଶ , ଅଭିମନ୍ୟୁ ରାଉତ, ଓ ବିଜୟ କାରୁଆ ଙ୍କ ସହ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହନାଥ ସିଂହ ,ସାଧାରଣ ସମ୍ପାଦକ ଡକ୍ଟର ଭାଗବତ ଲେଙ୍କା, କାର୍ଯ୍ୟକାରୀ ସଭାପତି ଭରତ ଚନ୍ଦ୍ର ଦାଶ, କବି ଅଶୋକ କୁମାର ମହାନ୍ତି ଓ ଅଚ୍ୟୁତାନନ୍ଦ ସାମଲ ଉପଦେଷ୍ଟା ଡକ୍ଟର ରାଧାରଞ୍ଜନ ପଟ୍ଟନାୟକ, ପାଟଣା ବିଧାୟକ ଜଗନ୍ନାଥ ନାଏକ,ପୂର୍ବତନ ବିଧାୟକ ହୃଷୀକେଶ ନାଏକ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଆଜି ବୈତରଣୀ କୂଳରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିବା ବେଳେ ବଡ଼ ପୁଅ ଦୁର୍ଗା ଚରଣ ମୁଖାଗ୍ନି ଦେଇଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories