ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ଫାଣ୍ଡି ଅନ୍ତର୍ଗତ ଗାଇଁସିରି ଗ୍ରାମର ଗ୍ରାମର ମନୋରଞ୍ଜନ ମୁଣ୍ଡାଙ୍କ ପତ୍ନୀ ମେଞ୍ଜରୀ ମୁଣ୍ଡା(୨୪)କୀଟନାଶକ ଖାଇ ପ୍ରାଣ ହରାଇଛନ୍ତି। ଗତ ୭ ତାରିଖରେ ରେ କୌଣସି କାରଣରୁ କୀଟନାଶକ ଖାଇ ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ କରଞ୍ଜିଆ ଡାକ୍ତରଖାନା ଓ ସେଠାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ଚିକିତ୍ସାଧୀନ ସମୟରେ ଗତ ରାତି ୯ ଟା ୪୦ରେ ମେଞ୍ଜରୀ ପ୍ରାଣ ହରାଇଛନ୍ତି। ଏନେଇ ପାଟଣା ଥାନା ଅପମୃତ୍ୟୁ ମାମଲା ୪୧/୨୦୨୪ ମୂଳେ ଆଜି ସାହାରପଡା ଫାଣ୍ଡି ଅଧିକାରୀ ଭବାନୀ ଶଙ୍କର ବାଦି କେନ୍ଦୁଝର ଯାଇ ମୃତକର ଶବ ବ୍ୟବଚ୍ଛେଦ କରାଇ ମରଶରୀର ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
Popular Categories



