www.samajalive.in
Wednesday, December 10, 2025
14.1 C
Bhubaneswar

ଢେଙ୍କିକୋଟ ଓଭର ବ୍ରିଜ ଉପରେ ସଡକ ଦୁର୍ଘଟଣା, ଟ୍ରକ ପଛରେ ପିଟିହୋଇ ୨ ବାଇକ ଆରୋହି ମୃତ

ପାଟଣା: ଆଜି ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଢେଙ୍କିକୋଟ ଓଭର ବ୍ରିଜ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ବାଇକି ଆରୋହୀଙ୍କ ମୃତ୍ୟୁ ଘଟିଛି ‌। ଓଭର ବ୍ରିଜ ଉପରେ ଠିଆ ହୋଇ ରହିଥିବା ଏକ ୧୨ ଚକିଆ ଟ୍ରକ ପଛରେ କେନ୍ଦୁଝରରୁ ଘଟଗାଁ ଫେରୁଥିବା ଏକ ବାଇକ୍ ପିଟି ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ୨ ଜଣ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ମୃତକ ୨ ଜଣ ଘଟଗାଁ ମୁଖ୍ୟାଳୟ ମୁକୁନ୍ଦପୁରପାଟଣା ଗ୍ରାମର ଲୁଲୁ ସେଠୀ (୨୫) ଏବଂ ଯାଜପୁର ଜିଲା ଟମକାର ପ୍ରତାପ ମହରଣା (୨୬) ବୋଲି ଜଣାପଡିଛି ।

ଘଟଗାଁ ଥାନା ଏସଆଇ ତପନ କୁମାର ଜେନା ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବାଇକକୁ ଜବତ କରି ଥାନାକୁ ନେଇଛନ୍ତି। ମୃତକଙ୍କ ମର ଶରୀର ଘଟଗାଁ ଡାକ୍ତରଖାନାକୁ ନିଆଯାଇଥିଲା। ପୁଲିସ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories