www.samajalive.in
Thursday, December 11, 2025
26.1 C
Bhubaneswar

୨୨ରୁ ୫୩ତମ ଶ୍ରୀରାମ ନବମୀ ମହୋତ୍ସବ, ୩୧ରେ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ

କେନ୍ଦୁଝରଗଡ଼: ଶ୍ରୀ ଶ୍ରୀ ରଘୁନାଥଜୀଉ ମନ୍ଦିର ମାଇନିଂରୋଡ ପକ୍ଷରୁ ଆସନ୍ତା ୨୨ ତାରିଖରୁ ୫୩ତମ ଶ୍ରୀରାମ ନବମୀ ମହୋତ୍ସବ ଆରମ୍ଭ ନିମନ୍ତେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଉପଲକ୍ଷେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ବିଶେଷକରି ୯ଦିନବ୍ୟାପୀ ପବିତ୍ର ଶ୍ରୀ ଶ୍ରୀ ରାମଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ନିମନ୍ତେ ଆୟୋଜନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତ ୨୨ ତାରିଖ ସନ୍ଧ୍ୟା ୭ଘଟିକାରେ ପ୍ରଦୀପ ପ୍ରଜ୍ୱଳନ ପରେ ପୁରୀରୁ ଆସିଥିବା ପ୍ରବଚକ ସୌମ୍ୟ କୃପାଳୁ ଦାଶ ଶିବ ପାର୍ବତୀ ବିବାହ ଉତ୍ସବ ପ୍ରସଙ୍ଗରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଶୁଣାଇବେ। ପୁରୀ ଗୋପ ମହାବିଦ୍ୟାଳୟର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ ୨୩ ତାରିଖରେ ଶ୍ରୀରାମଙ୍କ ଜନ୍ମ ଉତ୍ସବ ଓ ବାଲ୍ୟଲୀଳା, ୨୪ ତାରିଖ ସୀତାରାମ ବିବାହ ଓ ପର୍ଶୁରାମ ଭେଟ, ୨୫ରେ ଶ୍ରୀରାମଙ୍କ ବନଗମନ ଓ କୈବର୍ତ୍ତ ପ୍ରସଙ୍ଗ ଓ ୨୬ରେ ଭରତ ମିଳନ ସମ୍ପର୍କରେ ଶ୍ରଦ୍ଧାଳୁଙ୍କୁ ପ୍ରବଚନ ଦେବା କାର୍ଯ୍ୟକ୍ରମ ରହିଛି।

- Advertisement -

ଯାଜପୁର ଜିଲା ଜାରକାର ବିଶିଷ୍ଟ ପ୍ରବଚକ ବିଭୁତିଭୂଷଣ ପାଲ ୨୭ ତାରିଖ ସୀତା ହରଣ ଓ ଜଟାୟୁ ପ୍ରସଙ୍ଗ, ୨୮ ତାରିଖ ଶ୍ରୀ ହନୁମାନ ଭେଟ ଓ ବାଳିବଧ, ୨୯ ତାରିଖ ମେଘନାଦ ବଧ ଓ ରାବଣ ବଧ ସମ୍ପର୍କିିତ ପ୍ରବଚନ କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଥିବା ବେଳେ ୩୦ ତାରିଖ ସନ୍ଧ୍ୟା ୭ଟା ୩୦ମି.ରେ ପ୍ରବଚକ ବ୍ୟାସ ଶ୍ରୀ ସୌମ୍ୟ କୃପାଳୁ ଦାଶ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ପ୍ରସଙ୍ଗରେ ପ୍ରବଚନ ଦେବେ ବୋଲି ପରିଚାଳନା କମିଟି ପକ୍ଷରୁ କୁହାଯାଇଛି।

୨୨ରୁ ୩୦ ତାରିଖ ପ୍ରତ୍ୟହ ସକାଳ ୭ଘଟିକାରୁ ଷୋଡଶ ଉପଚାର ପୂଜା, ସୂର୍ଯ୍ୟ ପୂଜା ଓ ଗୋ-ମାତା ପୂଜା ଏବଂ ପ୍ରତ୍ୟହ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଘଟିକା ପର୍ଯ୍ୟନ୍ତ ଶ୍ରୀରାମଚରିତ ମାନସ ନବାହ୍ନ ପାରାୟଣ ପାଠ କାର୍ଯ୍ୟକ୍ରମ ରହିଛି। ୩୧ ତାରିଖ ଅପରାହ୍ନ ୪ଟାରୁ ପ୍ରଭୁ ଶ୍ରୀରାମଙ୍କ ନଗର ପରିକ୍ରମା ଓ ସଙ୍କୀର୍ତ୍ତନ ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ଆୟୋଜନ ନିମନ୍ତେ ପ୍ରସ୍ତୁତି ଶେଷ ହୋଇଛି। ପ୍ରଭୁଙ୍କ ଏହି ଭବ୍ୟ କାର୍ଯ୍ୟକ୍ରମରେ ତନ, ମନ, ଧନ ଅର୍ପଣ ପୂର୍ବକ ପ୍ରଭୁ ଶ୍ରୀରାମଙ୍କ କୃପା ଲାଭ ପାଇଁ ଶ୍ରଦ୍ଧାଳୁଙ୍କ ଉପସ୍ଥିତି କମିଟି ପକ୍ଷରୁ କାମନା କରାଯାଇଛି।

Hot this week

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

Related Articles

Popular Categories