www.samajalive.in
Friday, December 12, 2025
15.1 C
Bhubaneswar

ଚେକ୍ ଡ୍ୟାମ ନାଳରେ ବୁଡି ଜଣେ ମୃତ

ପାଟଣା : କରୋନା କଟକଣା ଯୋଗୁଁ ଗତକାଲି ଦୁଇ ଜଣ ବ୍ୟକ୍ତି ଭଦ୍ରକରୁ ଭାୟା ଠାକୁରମୁଣ୍ଡା ହୋଇ ସାହାରପଡା ବ୍ଲକ ଅନ୍ତର୍ଗତ ଖଡିକାପଦା ପଞ୍ଚାୟତ ବୁଦୁ ସାହିକୁ ସାଇକେଲ ଯୋଗେ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ତେଲ ନଦୀ ଚେକ୍ ଡ୍ୟାମ ନାଳରେ ବୁଡି ପ୍ରାଣ ହରାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ବୁଦୁ ସାହିର ଡବର ମୁଣ୍ଡା(୫୫) ବୋଲି ଜଣା ପଡିଛି। ସେ ଡ୍ୟାମ୍ ନାଳ ପାଣିରେ ଭାସୁଥିବା ଆଜି ସ୍ଥାନୀୟ ଲୋକେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବର ପାଇ ସାହାରପଡ଼ା ଫାଣ୍ଡି ଅଧିକାରୀ ମନୋହର ମହାନ୍ତ ଆଜି ଘଟଣା ସ୍ଥଳକୁ ଯାଇ ମୃତକର ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଛନ୍ତି।

ପୁଲିସ ଓଷ୍ଟଯୋଡି ଠାରେ ସୀମା ସିଲ୍ କରିଥିବାରୁ ସମ୍ପର୍କୀୟ ସମୁଦୀଙ୍କ ସହ ବୁଦୁ ସାହିକୁ ଆସୁଥିବା ଡବର ମୁଣ୍ଡା ନାଳ ପାର ହେବା ସମୟରେ ସାଇକେଲ ସହ ଗତକାଲି ଅପରାହ୍ନରେ ସାଇକେଲ ସହ ବୁଡିଯାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories