www.samajalive.in
Monday, December 8, 2025
27.1 C
Bhubaneswar

ମଲ୍ ଖୋଲିବା ମନା: ଚା,ପାନ,ଗୁଟଖା,ଜୁସ୍ ସେଣ୍ଟର ଖୋଲିବ ନାହିଁ

ଭୁବନେଶ୍ବର (ବ୍ୟୁରୋ): ଲକ୍ଡ଼ାଉନ କାଳରେ କିଛି ଜରୁରୀ ସାମଗ୍ରୀ ଦେକାନ ଖୋଲିବା ନିମନ୍ତେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ମାର୍ଗଦର୍ଶିକାର ଫାଇଦା ଉଠାଇ ଖୋଲା ଯାଇଥିବା କିଛି ଦୋକାନବଜାର ସମ୍ପର୍କରେ ଭୁବନେଶ୍ବର ମହାନଗର ନିଗମ ସ୍ପଷ୍ଟ କରିଛନ୍ତି । ମହାନଗର ନିଗମ କମିଶନର ପ୍ରେମଚନ୍ଦ ଚୌଧୁରୀ ଏ ସମ୍ପର୍କରେ ସ୍ପଷ୍ଟ ଭାବରେ କେଉଁ ଦୋକାନ ଖୋଲାଯିବ ଓ କେଉଁ ଦୋକାନ ଖୋଲା ଯିବ ନାହିଁ ତାହାକୁ ବର୍ଣ୍ଣନା କରିଛନ୍ତି । ଗୋଟିଏ କୋଠାରେ ୫ରୁ ଅଧିକ ଦୋକାନ ଥିଲେ ତାହାକୁ ମାର୍କେଟ କମ୍ପେ୍ଲକ୍ସ ଭାବରେ ଗଣାଯିବ ଏବଂ ଏହାକୁ ଖୋଲିବାକୁ ଅନୁମତି ମିଳିବ ନାହିଁ । ସେହିପରି କୌଣସି ମଲ୍ ଓ ମାର୍କେଟ କମ୍ପେ୍ଲକ୍ସ ଖୋଲାଯିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ଶ୍ରୀ ଚୌଧୁରୀ ସ୍ପଷ୍ଟ କରିଛନ୍ତି । ତାଙ୍କ ସୂଚନା ଅନୁସାରେ ଅଣଆତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିବାକୁ ଯେଉଁ ଦୋକାନ ଗୁଡିକୁ ଅନୁମତି ମିଳିଛି ସେମାନେ କେବଳ ସକାଳ ୮ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିପାରିବେ । ତେବେ ଔଷଧ ଦୋକାନ ଓ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ପୂର୍ବଭଳି ଖୋଲା ରହିବ । ଏସବୁ ଦୋକାନ ପାଇଁ କୌଣସି କଟକଣା ନାହିଁ । ସେହିପରି ଚା,ପାନ ଗୁଟଖା,କଫି, ଫାଷ୍ଟଫୁଡ  ଦୋକାନ ଖୋଲାଯିବ ନାହିଁ କିମ୍ବା ଏହାକୁ ଠେଲାଗାଡ଼ିରେ ବି ବିକ୍ରି କରାଯାଇ ପାରିବ ନାହିଁ ।  ନିର୍ମାଣ କାର୍ଯ୍ୟ ନିମନ୍ତେ ଆବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏହି ଦୋକାନରୁ ରାତିରେ କିଛି ସାମଗ୍ରୀ ପରିବହନ ହୋଇପାରିବ ନାହିଁ । ସେହିପରି କପଡା, ମୋବାଇଲ ଓ ବିଦ୍ୟୁତ୍ ସାମଗ୍ରୀ ମରାମତି ସାମଗ୍ରୀ ଓ ଗହଣା ଦୋକାନ ଭଳି ଯେଉଁ ଦୋକାନ ଖୋଲାଯାଇ ପାରିବ କିନ୍ତୁ ତାହା କୌଣସି ମଲ ବା ମାର୍କେଟ କମ୍ପେ୍ଲକ୍ସରେ ଥିଲେ ସେଥିନିମନ୍ତେ ଅନୁମତି ମିଳିବ ନାହିଁ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories