www.samajalive.in
Saturday, December 6, 2025
23.1 C
Bhubaneswar

ପଠାନକୋର୍ଟ ରାଜପଥରୁ ଗିରଫ ହେଲେ ୪ସନ୍ଦିଗ୍ଧ: ପିନ୍ଧିଥିଲେ ସେନା ପୋଷାକ

ନୂଆଦିଲ୍ଲୀ: ପଞ୍ଜାବ ପଠାନକୋର୍ଟ ଜାତୀୟ ରାଜପଥରୁ ୪ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି। ସ୍ଥାନୀୟ ନଙ୍ଗଲପୁର ଗ୍ରାମରୁ ପୁଲିସ ସେମାନଙ୍କୁ ଗିରଫ କରିଛି। ୪ସନ୍ଦିଗ୍ଧ ହିମାଚଳପ୍ରଦେଶର ନମ୍ବର ଥିବା ଏକ ସ୍କର୍ପିଓରେ ଯାଉଥିବାବେଳେ ଗିରଫ ହୋଇଥିଲେ। ରାଜପଥ ଉପରେ ପୁଲିସ ପାଟ୍ରୋଲିଂ ବେଳେ ସେନା ପୋଷାକରେ ଉକ୍ତ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖିଥିଲା। ସେମାନଙ୍କୁ ନିକଟସ୍ଥ ଥାନାରେ ନେଇ ପଚରାଉଚରା କରାଯିବା ପରେ ଗିରଫ କରାଯାଇଛି।
ନିକଟରେ ଅମୃତସରସ୍ଥିତ ଏକ ଗ୍ରାମରେ ଗ୍ରେନେଡ଼ ବିସ୍ଫୋରଣର ତଦନ୍ତ କରିବାକୁ ଯାଇ ସମ୍ପୃକ୍ତ ରାଜପଥରେ ପେଟ୍ରୋଲିଂକୁ କଡ଼ାକଡ଼ି କରିଥିଲା ପୁଲିସ। ପୂର୍ବରୁ ମଧ୍ୟ କାଶ୍ମୀର ଆତଙ୍କବାଦୀ ପଞ୍ଜାବ ମଧ୍ୟରେ ପ୍ରବେଶ କରି ଆତଙ୍କ ସୃଷ୍ଟି କରିବାର ନଜିର ରହିଛି। ୧୪ନଭେମ୍ବରରେ ଅନୁରୂପ ଘଟଣା ଜମ୍ମୁ-ପଞ୍ଜାବ ସୀମାରେ ଘଟିଥିଲା। ଜମ୍ମୁରୁ ଏକ ଇନୋଭା ଗାଡ଼ି ଲୁଟ କରି ୪ଜଣ ସନ୍ଦିଗ୍ଧ ପଞ୍ଜାବ ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ୨୦୧୬ର ପ୍ରଥମାର୍ଦ୍ଧରେ ପଠାନକୋର୍ଟରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ପଠାନକୋର୍ଟ ଏୟାରବେସକୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏଥିରେ ୭ଜଣ ଜବାନ ସହିଦ ହୋଇଥିଲେ।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories