www.samajalive.in
Sunday, December 7, 2025
16.1 C
Bhubaneswar

ପିଲାଙ୍କ ବସ୍ତାନି ବୋଝ

ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ସ୍କୁଲପିଲା ବସ୍ତାନିବୋଝ ଯୋଗୁଁ ଭାରାକ୍ରାନ୍ତ। ଛୋଟଛୋଟ ପିଲାଙ୍କ ବହିବ୍ୟାଗ୍‌ର ଓଜନ ଯେ କୌଣସି ଅଭିଭାବକଙ୍କ ପାଇଁ ଉଦ୍‌ବେଗର କାରଣ। ଏହି ବୋଝ ହ୍ରାସ କରିବାକୁ କେନ୍ଦ୍ରସରକାର ବହୁଦିନରୁ ଚିନ୍ତା କରୁଥିଲେ ମଧ୍ୟ ଏଯାଏ କିଛି ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ଏବେ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏହି ବୋଝ ହ୍ରାସ କରାଯିବ ଏବଂ ପ୍ରାଥମିକ, ନିମ୍ନ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ଏଥିପାଇଁ ସର୍ବୋଚ୍ଚ ବସ୍ତାନି ଓଜନ ନିର୍ଦ୍ଧାରଣ କରିଛନ୍ତି। ସେହିଭଳି ଶିଶୁଶ୍ରେଣୀର ପିଲାଙ୍କୁ ହୋମଟାସ୍କ ନ’ଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ତେବେ ଏହାର ତ୍ବରିତ କାର୍ଯ୍ୟ କରିବା ବିଶେଷ ଗୁରୁତ୍ବପୂର୍ଣ୍ଣ।
ଶିକ୍ଷା ଯୁଗ୍ମତାଲିକାର ବିଷୟ ଏବଂ ଭାରତଭଳି ବିରାଟ ଓ ବିବିଧତାପୂର୍ଣ୍ଣ ଦେଶରେ ରାଜ୍ୟସମୂହଙ୍କ ସହଯୋଗ ବିନା ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ। କେନ୍ଦ୍ରୀୟ ଶିକ୍ଷାବୋର୍ଡ ସମୂହ ଏ କ୍ଷେତ୍ରରେ କେନ୍ଦ୍ରସରକାରଙ୍କ ନିର୍ଦେଶକୁ ତତ୍କାଳ କାର୍ଯ୍ୟକାରୀ କରିବାରେ କିଛି ଅସୁବିଧା ନାହିଁ, କିନ୍ତୁ ରାଜ୍ୟ ସରକାରମାନେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ସମ୍ଭାବନା କ୍ଷୀଣ। ପ୍ରାଦେଶିକ ଶିକ୍ଷାବୋର୍ଡ଼ ଓ ବିଭାଗ ଏହି ପ୍ରସ୍ତାବରେ, ଅନୁଧ୍ୟାନ କରି ବିଚାର ନେବାକୁ ସମୟ ନେବେ।
ନୂଆ ଟେକ୍‌ନୋଲୋଜିର ପ୍ରୟୋଗ ଫଳରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାକ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଘଟିଛି ଓ ନୂଆ ସମ୍ଭାବନା ସୃ​‌ଷ୍ଟି ହୋଇଛି। ଏବେ ‘ଭର୍ଚୁଆଲ’ ଶିକ୍ଷାନୁଷ୍ଠାନ ଖୋଲିଲାଣି ଯେଉଁଠି କମ୍ପ୍ୟୁଟର ଓ ନୂଆ ପ୍ରଯୁକ୍ତି ସହାୟତାରେ ପିଲାଙ୍କୁ ଶିକ୍ଷା ଦିଆଯାଉଛି। ସେଠାରେ ବହିର ଆବଶ୍ୟକତା କମିଛି ଏବଂ ନୂତନ ଢଙ୍ଗରେ ପିଲାଏ ପାଠ ପଢ଼ିବାର ସୁବିଧାସୁଯୋଗ ପାଉଛନ୍ତି। ଏକବିଂଶ ଶତାବ୍ଦୀରେ ଏବେ ଆମେ ନ୍ୟୁ-ଇଣ୍ଡିଆ ଗଠନ ପାଇଁ ଅଗ୍ରସର ହେଉଥିବାବେଳେ ଆମ ପିଲାଙ୍କୁ ବସ୍ତାନି ବୋଝରେ ଆକ୍ରାନ୍ତ କରି ଉଭୟ ଶାରୀରିକ ଓ ମାନସିକ ଅଭିବୃଦ୍ଧି ବ୍ୟାହତ କରିବା ଏକ ଅକ୍ଷମଣୀୟ ତ୍ରୁଟି।
ଶିକ୍ଷା ଉଭୟ ଆନନ୍ଦମୟ ଓ ଯୁଗୋପଯୋଗୀ ହେବା ଆବଶ୍ୟକ। ଏକ ସୁସ୍ଥ, ଚାପମୁକ୍ତ ବିଦ୍ୟାର୍ଥୀ ସମାଜ ଓ ଭବିଷ୍ୟତ ନାଗରିକ ଗଢ଼ିବା ପ୍ରତ୍ୟେକ ଦାୟିତ୍ବସମ୍ପନ୍ନ ରାଷ୍ଟ୍ରର ମୌଳିକ ଦାୟିତ୍ବ। ଆଶା କରିବା ଏ ଦିଗରେ ଆମ ପ୍ରୟାସ ଆଉ କେବଳ କାଗଜକଲମରେ ସୀମିତ ହୋଇ ରହିବ ନାହିଁ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories