www.samajalive.in
Saturday, December 6, 2025
14.1 C
Bhubaneswar

ମତ ବଦଳାଇଲା ପତଞ୍ଜଳି ; କରୋନା ଔଷଧ ପ୍ରସ୍ତୁତ କରାଯାଇ ନାହିଁ

ଡେରାଡୁନ : କରୋନା ଭୂତାଣୁ ସଂକ୍ରମଣର ଆରୋଗ୍ୟ ପାଇଁ ଔଷଧ ପ୍ରସ୍ତୁତ କରିଥିବା ନେଇ ଦାବି କରିଥିବା ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ତାର ମତ ବଦଳାଇଛି। ମଙ୍ଗଳବାର ପତଞ୍ଜଳି ଆୟୁର୍ବେଦ କହିଛି ଯେ କରୋନାର ଆରୋଗ୍ୟ ପାଇଁ ସଂସ୍ଥା ପକ୍ଷରୁ କୌଣସି ପ୍ରକାର ଔଷଧ ପ୍ରସ୍ତୁତ କରାଯାଇ ନାହିଁ। ଉତ୍ତରାଖଣ୍ଡ ଡ୍ରଗ୍ସ ବିଭାଗ ନୋଟିସର ଜବାବ ଦେଇ ପତଞ୍ଜଳି କହିଛି ଯେ ‘ କରୋନା ସଂକ୍ରମଣର ଉପଚାର ପାଇଁ ‘କରୋନା କିଟ୍’ ନାମରେ ଅାମେ କୌଣସି ଔଷଧ ପ୍ରସ୍ତୁତ କରିନାହୁଁ। ଆମେ ଦିବ୍ୟ ଶ୍ବସରୀ ବଟି, ଦିବ୍ୟ କରୋନିଲ ଟାବଲେଟ ଓ ଦିବ୍ୟ ଅନୁ ତାଲି ନାମରେ ପ୍ରସ୍ତୁତ ଔଷଧକୁ ଆମେ କେବଳ ପ୍ୟାକିଂ କରିଛୁ। ‘କରୋନିଲ କିଟ’ ନାମରେ ଆମେ କୌଣସି ଔଷଧ ବିକ୍ରି କରିନାହୁଁ କି ଏହା କରୋନା ସଂକ୍ରମଣକୁ ସୁସ୍ଥ କରିବା ନେଇ କୌଣସି ପ୍ରଚାର କରିନାହୁଁ। ଆମେ କେବଳ ଔଷଧର ସଫଳ ପରୀକ୍ଷା ସମ୍ପର୍କରେ ପ୍ରଚାର କରିଛୁ।’ ଡ୍ରଗ୍ସ ବିଭାଗକୁ ଦେଇଥିବା ଲିଖିତ ଜବାବରେ ପତଞ୍ଜଳି କହିଛି ଯେ ଆମେ କେବଳ ଔଷଧର ଉପକାର ସମ୍ପର୍କରେ କହିଛୁ। ଏହା କରୋନା ଭୂତାଣୁର ସଂକ୍ରମଣକୁ ଆରୋଗ୍ୟ କରିବାରେ ସଫଳ ବୋଲି କହିନାହୁଁ। ଜୁନ୍ ୨୩ରେ ପତଞ୍ଜଳି ପକ୍ଷରୁ ଦାବି କରାଯାଇଥିଲେ ଏହା କରୋନା ଭୂତାଣୁ ସଂକ୍ରମଣର ଚିକିତ୍ସା ପାଇଁ କରୋନିଲ ନାମରେ ଔଷଧ ପ୍ରସ୍ତୁତ କରିଛି। ଏହା ଶତ ପ୍ରତିଶତ ସଫଳ ହୋଇଥିବା କୁହାଯାଇଥିଲା। ବାବା ରାମଦେବ ନିଜେ ଏହି ଦାବି କରିବା ସହ ଔଷଧର ବଜାର ପ୍ରବେଶ କରାଇଥିଲେ। ଏହି ଦାବିକୁ ନେଇ ବିବାଦ ଦେଖାଯିବା ପରେ ଉତ୍ତରାଖଣ୍ଡ ଡ୍ରଗ୍ସ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories