www.samajalive.in
Friday, December 5, 2025
20.1 C
Bhubaneswar

ଆଇପିଏଲର ପ୍ରାୟୋଜକ ହୋଇପାରେ ପତଞ୍ଜଳି

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି ସ୍ବଦେଶୀ କମ୍ପାନୀ। ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଆଇପିଏଲ ସ୍ପନସରଶିପ୍‌ ନେବାକୁ ଆଗ୍ରହ ଦେଖାଇଛି। ସ୍ପନସରଶିପ୍‌ ଲାଗି କମ୍ପାନୀ ପକ୍ଷରୁ ଆଗ୍ରଦ ପ୍ରକାଶ କରାଯାଇଥିବା ନେଇ ପତଞ୍ଜଳି ସ୍ପଷ୍ଟ କରିଛି। କିନ୍ତୁ କାହାକୁ ସ୍ପନସରଶିପ୍‌ ମିଳିବ ତାହା ସ୍ପଷ୍ଟ ହୋଇନାହିଁ।

ନିକଟ ଅତୀତରେ ବିସିସିଆଇ ଚାଇନିଜ୍‌ ମୋବାଇଲ୍‌ କମ୍ପାନୀ ଭିଭୋ ସହିତ ଚୁକ୍ତି ରଦ୍ଦ କରିଦେଇଥିଲା। ଏହା ପରେ ବିଭିନ୍ନ କମ୍ପାନୀଗୁଡ଼ିକ ସହିତ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ବି ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି।  ପତଞ୍ଜଳିର ମୁଖପାତ୍ର ଏସ. କେ. ତିଜାରାୱାଲା କହିଛନ୍ତି ଯେ, ଆମେ ଚଳିତବର୍ଷ ଆଇପିଏଲର ଟାଇଟଲ ସ୍ପନସରଶିପ୍‌ ନେବାକୁ ବିଚାର କରୁଛୁ। ଆମେ ପତଞ୍ଜଳି ବ୍ରାଣ୍ଡକୁ ବିଶ୍ଵସ୍ତରକୁ ନେବାକୁ ଚାହୁଁଛୁ। ଏଥିପାଇଁ ଆଇପିଏଲ ଲିଗ୍‌ ଉପଯୁକ୍ତ ମଞ୍ଚ। ତେଣୁ ସେ ଏଥିପାଇଁ ବିସିସିଆଇକୁ ଏକ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତି ଚଳାଇଛନ୍ତି।

- Advertisement -

ତଥ୍ୟ ଅନୁସାରେ ଏକ ଚାଇନିଜ୍‌ କମ୍ପାନୀର ବିକଳ୍ପ ଭାବେ ଗୋଟିଏ ଜାତୀୟ ବ୍ରାଣ୍ଡ ଭାବେ ପତଞ୍ଜଳି ବହୁତ ମଜଭୁତ ସ୍ଥିତିରେ ରହିଛି। କିନ୍ତୁ ଏହା ବି କୁହାଯାଉଛି ଯେ ଏକ ବହୁରାଷ୍ଟ୍ରୀୟ ବ୍ରାଣ୍ଡ ହିସାବରେ ପତଞ୍ଜଳିର କ୍ଷମତା ଅନ୍ୟ ବ୍ରାଣ୍ଡ ତୁଳନାରେ କମ୍‌ ରହିଛି।

ସୂଚନାଯୋଗ୍ୟ, ଚଳିତବର୍ଷ ୟୁଏଇରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳାଯିବ। ପ୍ରାରମ୍ଭିକ ସ୍ତରରେ କେତେକ ମ୍ୟାଚରେ ଦର୍ଶକ ରହିବେ ନାହିଁ। କିନ୍ତୁ ଗଣମାଧ୍ୟମରେ ଏହାର ଜୋରଦାର ପ୍ରଚାର କରାଯିବ। ବିସିସିଆଇ ଭିଭୋ ସହିତ ସମ୍ପର୍କ ତୁଟାଇବା ପରେ ନୂଆ ପ୍ରାୟୋଜକ ପାଇଁ ଟେଣ୍ଡର ଆହ୍ବାନ କରିନାହିଁ।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories