www.samajalive.in
Saturday, December 6, 2025
19.1 C
Bhubaneswar

ଟଙ୍କା ବାଣ୍ଟୁଥିଲେ ବିଧାୟକଙ୍କ ଭାଇ, ଖାଇଲେ ନିର୍ଧୂମ୍‌ ମାଡ଼

ପାଟଣାଗଡ଼: ବିଧାୟକଙ୍କ ଭାଇଙ୍କୁ ନିର୍ଧୂମ ଛେଚିଲେ ଲୋକେ । ଟଙ୍କା ବାଣ୍ଟୁଥିବାକୁ ନେଇ ବିଧାୟକଙ୍କ ସମ୍ପର୍କୀୟ ଭାଇ ପ୍ରଦୀପ ମେହେରଙ୍କୁ ସ୍ଥାନୀୟ ଲୋକମାନେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ପାଟଣାଗଡ଼ ଏନଏସି ୨ ନମ୍ବର ୱାର୍ଡର ମତଦାନ କେନ୍ଦ୍ରରେ ଏପରି ଏକ ଘଟଣା ଘଟିଥିବା ବେଳେ ମାଡ଼ ଖାଇଥିବା ବ୍ୟକ୍ତି ଜଣକ ବିଧାୟକ ସରୋଜ କୁମାର ମେହେରଙ୍କ ସମ୍ପର୍କୀୟ ଭାଇ ଜଣାପଡ଼ିଛି । ମାଡ଼ ମାରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି ।

ସୂଚନା ମୁତାବକ ଭୋଟ କେନ୍ଦ୍ର ବାହାରେ ଟଙ୍କା ବାଣ୍ଟୁଥିବା ବେଳେ ସ୍ଥାନୀୟ ଲୋକ ତାଙ୍କୁ ମାଡ଼ ମାରିଥିଲେ । ସବୁଠାରୁ ବଡ଼ କଥା ହେଉଛି ସେହି ସମୟରେ ବିଧାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ  । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିଲା । ପରେ ଏନେଇ ପୁଲିସ ଜାଣିବା ପରେ ଘଟଣା ସ୍ଥଳରେ ପହଞ୍ଚି ଉତ୍ତେକ୍ତ ଲୋକଙ୍କୁ ବୁଝାଇବା ସହ କିଛି ଲୋକଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡ଼ିଛି । ପାଟଣାଗଡ଼ରୁ ଲକ୍ଷ୍ମୀକାନ୍ତ ମିଶ୍ରଙ୍କ ରିପୋର୍ଟ ସମାଜ ଲାଇଭ୍‌

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories