www.samajalive.in
Friday, December 5, 2025
20.1 C
Bhubaneswar

୭୨ ଘଣ୍ଟା ପାଇଁ ଢେଙ୍କିକୋଟ ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କଲେ ସରପଞ୍ଚ

ପାଟଣା:  ଢେଙ୍କିକୋଟରେ ଭଡ଼ା ଘରେ ରହୁଥିବା ଆନନ୍ଦପୁର ଷ୍ଟେଟ ବ୍ୟାଙ୍କରେ କାର୍ଯ୍ୟରତ ଥିବା ଜଣେ କର୍ମଚାରୀଙ୍କ ସ୍ୱାବ ନମୁନା ଆଜି ପଜିଟିଭ୍ ଆସିବା ପରେ ତାଙ୍କୁ ଆଜି ସ୍ବତନ୍ତ୍ର କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଅପର ପକ୍ଷରେ ତାଙ୍କ ସହ ରହୁଥିବା ତାଙ୍କ ପତ୍ନୀଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି । ଘଟଗାଁ ବ୍ଲକ ଏ.ବି.ଡି.ଓ ଚିତ୍ତରଞ୍ଜନ ନାୟକ, କନିଷ୍ଠ ଯନ୍ତ୍ରୀ ଭୋଳାନାଥ ମହାନ୍ତି, ଡ. ଆଶ୍ରିତ୍ ଆଚାର୍ଯ୍ୟ , ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ା ପ୍ରମୁଖ ଆଜି କରୋନା ପଜିଟିଭ୍ ଚିହ୍ନିତ ବ୍ୟକ୍ତିଙ୍କୁ କୋଭିଡ଼ ହସ୍ପିଟାଲକୁ ପଠାଇବା ସହ ଢେଙ୍କିକୋଟ ଆଦର୍ଶ ବିଦ୍ୟାଳୟ ସଂଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି।

ସୂଚନା ଅନୁଯାୟୀ, ଢେଙ୍କିକୋଟର ଭଡ଼ା ଘରେ ରହୁଥିବା କରୋନା ପଜିଟିଭ୍ ଚିହ୍ନିତ ବ୍ୟକ୍ତି ଜଣକ ଆନନ୍ଦପୁର ଷ୍ଟେଟ ବ୍ୟାଙ୍କର ଜଣେ କର୍ମଚାରୀ ବୋଲି ଜଣାପଡିଥିବା ବେଳେ ତାଙ୍କ ପତ୍ନୀ ପିପିଳିଆ ସ୍ଥିତ ଓଡ଼ିଶା ଗ୍ରାମୀୟ ବ୍ୟାଙ୍କର ଜଣେ କର୍ମଚାରୀ ହୋଇଥିବାରୁ ତାଙ୍କୁ ହୋମ୍ ଆଇସୋଲେଶନରେ ରହିବାକୁ ପରାମର୍ଶ ଦିଆହୋଇଛି। ଢେଙ୍କିକୋଟରୁ ଲୋକାଲ କେସ ବାହାରି ବାରୁ ଢେଙ୍କିକୋଟ ସରପଞ୍ଚ ଗୌରୀ ବାରିକ ଅଗଷ୍ଟ ୫ ତାରିଖ ସକାଳ ୫ ଘଟିକା ଠାରୁ ପରବର୍ତ୍ତୀ ୭୨ ଘଣ୍ଟା ପାଇଁ ଢେଙ୍କିକୋଟ ପଞ୍ଚାୟତ ଅଞ୍ଚଳର ୪ଟି ଗ୍ରାମକୁ ଓ ବଜାର ଅଞ୍ଚଳକୁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories