www.samajalive.in
Friday, December 5, 2025
19.1 C
Bhubaneswar

ଆହତ ହରିଣକୁ ଉଦ୍ଧାର କଲା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ସାହାରପଡା ବନ କ୍ଷେତ୍ର ଅନ୍ତର୍ଗତ ହଳଦିବଟା ଗାଁ ଭିତରକୁ ସକାଳୁ ଏକ ହରିଣ ପାଣି ଅନ୍ବେଷଣରେ ପଶି ଆସି ଥିଲା । ଜଙ୍ଗଲରେ ପାଣିର ଅଭାବ ଓ ନିଆଁ କାରଣରୁ ଏବେ ବନ୍ୟ ଜନ୍ତୁ ଗାଁ ମୁହାଁ ହେଉଛନ୍ତି। ହରିଣଟି ପାଣି ଅନ୍ବେଷଣରେ ଗାଁ ମୁହାଁ ହୋଇ ପଶିଆସି ଥିବା ବେଳେ କୁକୁର ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ। ହରିଣଟିର ଦେହରେ କ୍ଷତ ସୃଷ୍ଟି ହୋଇଥିବା ବେଳେ ହରିଣଟି ହାଲିଆ ହୋଇ ଗୋଟିଏ ଗଛ ବୁଦା ମୂଳରେ ରହିଥିଲା। ଖବର ପାଇ ସାହାରପଡା ବନପାଳ ଭୂପତି ସେଠୀ ଓ ପାରା କର୍ମଚାରୀ ପହଞ୍ଚି ଘଟଣା ସ୍ଥଳରେ ଆହତ ହରିଣଟିକୁ ଉଦ୍ଧାର କରିଥିଲେ । ଚିକିତ୍ସା ପରେ ହରିଣଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛଡ଼ା ଯାଇଥିବା ବନ ବିଭାଗ ସୂଚନା ଦେଇଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories