www.samajalive.in
Saturday, December 6, 2025
19.1 C
Bhubaneswar

ଗୋଣ୍ଡ ସାଂସ୍କୃତିକ ସମାଜ ସମ୍ମିଳନୀ  

ପାଟଣା: କେନ୍ଦୁଝର ଜିଲ୍ଲା ଗୋଣ୍ଡ୍ ସାଂସ୍କୃତିକ ସମାଜ ଚକ୍ରଧର ପଲ୍ଲୀର ବାର୍ଷିକ ସମ୍ମିଳନୀ ବିନିଦା ଠାରେ ଅନୁଷ୍ଠିତ ହୋଇଯାଇଛି । ଗତ ୨୩ ତାରିଖ ଅନୁଷ୍ଠିତ ସଭାରେ ପଲ୍ଲୀର ସଭାପତି ତ୍ରିଲୋଚନ ନାୟକ ସଭାପତିତ୍ବ କରିଥିଲେ । ପଲ୍ଲୀ ସାଧାରଣ ସଂପାଦକ ଘନଶ୍ୟାମ ନାୟକ ସଭା ପରିଚାଳନା କରିଥିଲେ । ବିନିଦା, ଚକ୍ରଧର ପୁର, ଧରାପଡ଼ା , ଡେଙ୍ଗଣା, ପୁରୁମୁଣ୍ଡା, ନୂଆଁଗା ପ୍ରଭୃତି ଗାଆଁର ୧୮ଟି ପଲ୍ଲୀର ସଭାପତି, ସଂପାଦକ ଜାତି ପ୍ରେମୀ ଯୋଗ ଦେଇଥିଲେ । ଜିଲ୍ଲା କମିଟିର ଜିଲ୍ଲା ସଭାପତି ଜନାର୍ଦ୍ଧନ ନାୟକ, ଉପଦେଷ୍ଟା କମିଟିର ସଦସ୍ୟ ପ୍ରାଣବଲ୍ଲଭ ନାୟକ , ଯୁଧିଷ୍ଟିର ସିଂହ, ରମେଶ ଚନ୍ଦ୍ର ନାୟକ ଗୋବିନ୍ଦ ଚନ୍ଦ୍ର ନାୟକ, ଗିରିଧାରୀ ନାୟକ ଚକ୍ରଧର ନାୟକ ସଭାରେ ଯୋଗ ଦେଇଥିଲେ । ଶିକ୍ଷା ସ୍ଵାସ୍ଥ୍ୟ, କୃଷି କଳା, ସମାଜ ସେବା କ୍ଷେତ୍ରରେ ପଲ୍ଲୀର ଉତ୍ତମ କାର୍ଯ୍ୟ କରିଥିବା ଛାତ୍ରଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ପୁରସ୍କତ କରାଯାଇଥିଲା । ଶେଷରେ ସମାଜ କେମିତି ଆଗକୁ ବଢିବ ସେ ବିଷୟରେ ଆଲୋଚନା କରାଯାଇଥିଲା ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories