ହିନ୍ଦୋଳ : ଢେଙ୍କାନାଳ ବନଖଣ୍ତ ହିନ୍ଦୋଳ ବନାଞ୍ଚଳ ହାତୁରା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଡା ଗ୍ରାମରେ ୨୬ ତାରିଖ ବୁଧବାର ଭୋର ପ୍ରାୟ ୬ ଟା ସମୟରେ ଦନ୍ତା ହାତୀ ଆକ୍ରମଣରେ ଜୈନିକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ ଗ୍ରାମର ଟଙ୍କଧର ଭୋଇ ( ୬୦ ) ସକାଳୁ ନିଜ ଘର ପାଖକୁ ଶୌଚ ହେବାକୁ ଯାଇଥିବା ସମୟରେ ଗୋଟିଏ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ଟଙ୍କଧରକୁ ଅତର୍କିତ ଭାବେ ଆକ୍ରମଣ କରି କଚାଡି ଫୋପାଡି ଦେଇଥିଲା । ଗ୍ରାମବାସୀ ହାତୀକୁ ଘଉଡାଇବା ସହ ଘଟଣା ସ୍ଥଳକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅନୁସନ୍ଧାନ ଆରମ୍ଭ କରିଛି । କ୍ଷତି ପୂରଣ ଦାବିରେ ଗ୍ରାମବାସୀଙ୍କ ଦ୍ୱାରା ଅନୁଗୁଳ ସାତମାଇଲ ରାସ୍ତା ଅବରୋଧ କରାଯାଇଛି।
Popular Categories



