www.samajalive.in
Saturday, December 6, 2025
19.1 C
Bhubaneswar

ଅବକାରୀ ବିଭାଗର ଚଢାଉ; ଚୋରା ମଦ ସହ ୨ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୂର୍ବାହ୍ନରେ ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଶରଧାପୁର ଓ ଜଡିଚାତର ଗ୍ରାମରେ ଚଢ଼ାଉ କରାଯାଇ ୧୮ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ଶରଧାପୁର ଗ୍ରାମର ରବୀନ୍ଦ୍ର ମୁଣ୍ଡା ଓ ଜଡିଚାତର ଗ୍ରାମର ସୁରେଶ ମୁଣ୍ଡା ବୋଲି ଜଣାପଡିଛି। ଉଭୟଙ୍କ ଠାରୁ ୯ ଲିଟର ଲେଖାଏଁ ମଦ ଜବତ କରାଯାଇଛି ।

ସେହିପରି ଭାଲିଆଡିହା ଗ୍ରାମର ଚୋରା ମଦ ଭାଟି ଉପରେ ଚଢାଉ କରାଯାଇଛି। ଚଢାଉ ସମୟରେ ଅବକାରୀ ବିଭାଗକୁ ଦେଖି ସମସ୍ତ ମଦ ବେପାରୀ ମଦ ଭାଟି ଛାଡି ଫେରାର ହୋଇଯାଇଥିବା ବେଳେ ଅବକାରୀ ବିଭାଗ ମଦ ଭାଟିରୁ ମୋଟ ୨ହଜାର ୨୦ କେଜି ମହୁଲ ପୋଚ ନଷ୍ଟ କରିଛି । ଏହା ସହ ୮୦ ଲିଟର ମହୁଲି ମଦ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛି ଅବକାରୀ ବିଭାଗ । ଏହି ଚଢାଉରେ ପାଟଣା ଅବକାରୀ ଥାନା ଅଧିକାରୀ ରମେଶ ଚନ୍ଦ୍ର ମହାନ୍ତି, ଏଏସ୍ଆଇ ରଙ୍ଗାଧର ପାତ୍ର, କନେଷ୍ଟବଳ ସମିର ମିଶ୍ର, ମିଥୁନ ଜେନା, ଆରତୀ ବେହେରା ଓ ବବିତା ଲେଙ୍କା ପ୍ରମୁଖ ସାମିଲ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories