www.samajalive.in
Saturday, December 6, 2025
26.1 C
Bhubaneswar

ଡେଙ୍ଗୁ ମୂଳତ୍ପାଟନ ପାଇଁ ପ୍ରସ୍ତୁତି ବୈଠକ, ମାଷ୍ଟର ପ୍ଳାନ୍‌ ପ୍ରସ୍ତୁତ

ମୋହନା: ଗଜପତି ଜିଲ୍ଲା ମୋହନା ସଦର ମହକୁମାରେ ଡେଙ୍ଗୁ କାୟା ବିସ୍ତାର କରିଥିବା ଯୋଗୁଁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଏହାର ତ୍ଵରିତ ନିରାକରଣ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସୋମବାର ପଞ୍ଚାୟତ ସମିତି ସଭାଗୃହରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ତପସ୍ଵିନୀ ହାଁସଦାଙ୍କ ସଭାପତିତ୍ୱରେ ଏକ ଜରୁରୀ କାଳୀନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏବିଡିଓ ରମାକାନ୍ତ ଚୈ।ଧୁରୀ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରିଣୀ ଡ. ନମିତା ପଣ୍ଡା, ଜିପିଇଓ ଖଗେଶ୍ଵର ଭୂୟାଁ, ସହକାରୀ ଯନ୍ତ୍ରୀ ନାରାୟଣ ପାଢୀ, ସିଡିପିଓ ଲଳିତା ମଲ୍ଲିକ, ସରପଞ୍ଚ ସୁନିତା ମଲ୍ଲିକ, ସମିତିସଭ୍ୟ ବାଳକୃଷ୍ଣ ମଳିକ, ଓକିଲ ଦୁର୍ଯ୍ୟୋଧନ କରଡା, କନିଷ୍ଠ ଯନ୍ତ୍ରୀ ଅରୁଣ ଜେନା, ସାମ୍ବାଦିକ, ନାଏବ ସରପଞ୍ଚ ରସାନନ୍ଦ ପାଣି, ୱ।ର୍ଡମେମ୍ବର ସସ୍ମିତା ମିଶ୍ର, ଯୁବକ ସଂଘ ଓ ପିସ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗ ଦେଇ ଡେଙ୍ଗୁ ନିରାକରଣ ନିମନ୍ତେ ପ୍ରଶାସନର ତ୍ଵରିତ ପଦକ୍ଷେପ ଗ୍ରହଣ କରିବା ଉପରେ ସୁଚିନ୍ତିତ ମତାମତ ବୈଠକରେ ଉପସ୍ଥାପନା କରିଥିଲେ ।

ରୋଗୀ କଲ୍ୟାଣ ସମିତିକୁ ଆସୁଥିବା ଅର୍ଥକୁ ସଠିକ୍‌ ମାର୍ଗରେ ଖର୍ଚ୍ଚ କରିବା ସହ ପ୍ରତ୍ୟେକ ମାସରେ ୨ରୁ ୩ଥର ପ୍ରତ୍ୟେକ ସାହିରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଡାକବାଜି ଯନ୍ତ୍ରଦ୍ୱାରା ଓ ଘରକୁ ଘର ବୁଲି ରାଲି, ପ୍ରଚାରପତ୍ର ମାଧ୍ୟମରେ ପ୍ରସାରଣ କରିବେ, ପ୍ରତ୍ୟେକ ସାହିରେ ଡଷ୍ଟବିନ ରଖାଯିବା, ଅଳିଆ ଆବର୍ଜ୍ଜନାକୁ ସହର ଠାରୁ ଦୂର ନିର୍ଦ୍ଦିଷ୍ଟ ଡମ୍ପିଙ୍ଗୱ।ଡରେ ପଞ୍ଚାୟତ ପକ୍ଷରୁ ନେଇ ପକାଯିବା, ରାସ୍ତା ମରାମତି, ଶୋଚନୀୟ ଅବସ୍ଥାରେ ରହିଥିବା ଡ୍ରେନ ଗୁଡିକର ପୁନରୁଦ୍ଧାର,ପାଣି ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା । ବୁଧବାର ଦିନ ପ୍ରତ୍ୟେକ ସାହି ଲୋକଙ୍କୁ ସଚେତନ ବାର୍ତ୍ତା, ଗୁରୁବାର ଓ ଶୁକ୍ରବାର ଦିନ ସମସ୍ତ ସାହି ଗୁଡିକୁ କର୍ମଚାରୀ ମାନଙ୍କ ମାଧ୍ୟମରେ ପରିଷ୍କାର ପରିଚ୍ଛନ୍ନ, ବ୍ଲିଚିଙ୍ଗ ପାଉଡର ଓ ମଶା ନିପାତ ଔଷଧ ସ୍ପ୍ରେ ଆଦି କାର୍ଯ୍ୟକ୍ରମ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories