ତୁରୁମୁଙ୍ଗା ଅଞ୍ଚଳରେ ପାରାମଡକ, ବାର୍ଡ ଫ୍ଲୁ ସନ୍ଦେହ
ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ତୁରୁମୁଙ୍ଗା ଓ ଏହାର ଆଖପାଖ ଗ୍ରାମରେ କିଛିଦିନ ହେଲା ପାରାମଡକ ଦେଖାଦେଇଛି । ପାରା ଗୁଡ଼ିକ ଘୁମାଇବା ପରେ ସେମାନଙ୍କର ମୃତ୍ୟୁ ହେଉଥିବା ଜଣାପଡ଼ିଛି । ତୁରୁମୁଙ୍ଗାର ଶିବ ମନ୍ଦିରରେ ପାଖାପାଖି ୧ ହଜାର ପାରା ରହୁଛନ୍ତି । ହେଲେ ପାରାମଡକ ଦେଖାଦେବା ପରେ ଏହି ସଂଖ୍ୟା ଅଧାରୁ କମ ହୋଇଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ରାଜନଗର, ଚିଲିଦା, ଚେମଣା ଆଦି ଗ୍ରାମରେ ମଧ୍ୟ ପାରାମଡକ ଦେଖା ଦେଇଥିବାରୁ ଏହାକୁ ବାର୍ଡ ଫ୍ଲୁ ରୋଗ ବୋଲି ଲୋକେ ସନ୍ଦେହ କରୁଛନ୍ତି । ପ୍ରାଣୀ ସମ୍ପଦ ବିଭାଗ ଘଟଣା ପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।
Comments are closed.