www.samajalive.in
Sunday, December 14, 2025
19.1 C
Bhubaneswar

ଅପେରା ଟ୍ରକ ଚକା ତଳେ ଗଲା ମହିଳାଙ୍କ ଜୀବନ

ପାଟଣା – ଆଜି ସକାଳେ ପାଟଣା ଥାନା ଅଞ୍ଚଳ ୨୨୦ନଂ ଜାତୀୟ ରାଜପଥ ଅନ୍ତର୍ଗତ ମଙ୍ଗଳପୁର ଛକ ନିକଟରେ ଏକ ଅପେରା ଟ୍ରକ ଚକା ତଳେ ପଡି ଜଣେ ମହିଳାଙ୍କ ର ମୃତ୍ୟୁ ଘଟିଛି। ମୃତ ମହିଳା ଜଣକ ଘଟଗାଁ ବ୍ଲକ ଅନ୍ତର୍ଗତ ନୁସୁରିପଶି ଗ୍ରାମର ସୋମବାରୀ ମୁଣ୍ଡା (୫୨) ବୋଲି ଜଣାପଡିଛି। ଆଜି ସକାଳୁ ସୋମବାରୀ ନିଜ ସ୍ବାମୀ ରବି ମୁଣ୍ଡା (୫୪) ଓ ଦିଅର ବନମାଳୀ (୫୦) ଙ୍କ ସହ ପାଟଣା ର ଜଣେ ଘରୋଇ ବୈଦ୍ୟ ଙ୍କ ନିକଟକୁ ଚିକିତ୍ସା ପାଇଁ ଟିଭିଏସ ମୋପେଡ ରେ ଆସୁଥିବା ସମୟରେ ମଙ୍ଗଳପୁର ଛକ ପାର ହେବା ସମୟରେ ଭାରସାମ୍ୟ ହରାଇ ମୋପେଡଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ରବି ଓ ବନମାଳୀ ରାସ୍ତାର ବାମ କଡ଼କୁ ପଡ଼ିଯାଇଥିବା ବେଳେ ସୋମବାରୀ ଡାହାଣ ପାଖ ରାସ୍ତା ଉପରକୁ ଛିଟକି ପଡ଼ିଥିଲେ। ଠିକ୍ ସେହି ସମୟରେ ପଛେ ପଛେ ଆସୁଥିବା ଅପେରା ଟ୍ରକ ଟି ସୋମବାରୀ ଙ୍କ ମୁଣ୍ଡ ଉପରେ ଚଢ଼ିଯିବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପାଟଣା ଅଗ୍ନିଶମ ବାହିନୀ ମୃତକ ଓ ଆହତ ଙ୍କୁ ଉଦ୍ଧାର କରି ପାଟଣା ଡାକ୍ତରଖାନାକୁ ନେଇଥିଲା। ପାଟଣା ପୁଲିସ ମୃତକ ଙ୍କ ଶବ ବ୍ୟବଚ୍ଛେଦ କରାଇବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକ ଏବଂ ମୋପେଡ କୁ ଜବଦ କରିଥିବା ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories