www.samajalive.in
Sunday, December 14, 2025
23.1 C
Bhubaneswar

ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ -ବିଭିନ୍ନ ସଂଗଠନକୁ ନେଇ ମିଳିତ ବୈଠକ

ଜିଲାପାଳ କାର୍ଯ୍ୟାଳୟ ବନ୍ଦ କରାଯିବାକୁ ନିଷ୍ପତ୍ତି
ବଲାଙ୍ଗିର : ହାଇକୋର୍ଟ ବେଞ୍ଚ ବଲାଙ୍ଗିରରେ ପୁନଃସ୍ଥାପନ ଦାବିରେ ପୁଣି ଆନ୍ଦୋଳନ ତେଜିଛି । ଫଳରେ ଜିଲା ଓକିଲ ସଂଘ ପକ୍ଷରୁ ଜିଲାର ସମସ୍ତ ସାମାଜିକ ଓ ରାଜନୈତିକ ଦଳମାନଙ୍କୁ ନେଇ ଏକ ମିଳିତ ବୈଠକ ସ୍ଥାନୀୟ ସିଭିଲ କୋର୍ଟ ବାର୍ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି ।
ବଲାଙ୍ଗିର ଜିଲାବାସୀଙ୍କ ଏହି ନ୍ୟାର୍ଯ୍ୟ ଦାବି ପୂରଣ ନହେବା ଯାଏଁ ଏପରି ଆନ୍ଦୋଳନ ଚାଲୁ ରହିବ ବୋଲି ମତପ୍ରକାଶ ପାଇଥିଲା । ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ମିଳିତ ବୈଠକରେ ଜିଲାର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ମାନେ ସାମିଲ ହୋଇ ବଲାଙ୍ଗିରରେ ହାଇକୋର୍ଟ ସ୍ଥାୟୀ ବେଞ୍ଚର ଯଥାର୍ଥତା ସମ୍ପର୍କରେ ମତ ରଖିଥିଲେ । ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ମଧ୍ୟ ଏହି ସମାନ ଦାବିକୁ ନେଇ ଜିଲା ଓକିଲ ସଂଘ ପକ୍ଷରୁ ବିଭିନ୍ନ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯାଇଛି । ବୁଧବାର ସନ୍ଧ୍ୟାରେ ଆୟୋଜିତ ବୈଠକରେ ବଲାଙ୍ଗିର ଏକ୍ସନ କମିଟିର ଆବାହକ ଗୋପାଳଜୀ ପାଣିଗ୍ରାହୀ ସଭାପତିତ୍ୱ କରିଥିଲେ । ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିକୁ ତୃଣମୂଳସ୍ତରରୁ ସୁଦୃଢ଼ କରାଯିବାକୁ ଶ୍ରୀ ପାଣିଗ୍ରାହୀ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ନେତା ଶଶୀ ଭୂଷଣ ପୁରୋହିତ, ଜିଲା ଓକିଲ ସଂଘର ପୂର୍ବତନ ସଭାପତି ତଥା ବିଜେଡିର କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ପ୍ରମୁଖ ମଞ୍ଚାସୀନ ରହି ହାଇକୋର୍ଟ ବେଞ୍ଚ ପାଇଁ ଦୁର୍ବାର ଆନ୍ଦୋଳନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଜିଲା ବଣିକ ସଂଘର ସଭାପତି ତ୍ରିପୁରାରୀ ପାଣିଗ୍ରାହୀ, ଜିଲା ଆଦିବାସୀ କଲ୍ୟାଣ ସଂଘର କାର୍ଯ୍ୟକାରୀ ସଭାନେତ୍ରୀ ବନଲତା ମାଝୀ, ବରିଷ୍ଠ ନାଗରିକ କମିଟିର ସଭାପତି ପ୍ରଭାକର ମିଶ୍ର, ବଲାଙ୍ଗିର ସିଭିଲ ସୋସାଇଟିର ସଭାପତି ନୀଳମଣି ମିଶ୍ର, ଟେକ୍ସ ବାର ଏସୋସିଏସନର ସଭାପତି ଚିତ୍ତରଂଜନ ଦାଶ, ସମ୍ପାଦକ ମହେନ୍ଦ୍ର ଅଗ୍ରୱାଲ, ଜିଲା ଓକିଲ ସଂଘର ପୂର୍ବତନ ସମ୍ପାଦକ ଅମନ ନାଗ ବିଜେପି ନେତ୍ରୀ ରଂଜିତା ପାଣିଗ୍ରାହୀ, ନାଗରିକ କମିଟିର ସଭାପତି ବେଲାର ସିଂ ଭୋଇ, ଅବସରପ୍ରାପ୍ତ ସୈନିକ ସଂଘର ପ୍ରତାପ ରଥ, ଜିଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରା, ବିଧୂଭୂଷଣ ତ୍ରିପାଠୀ ପ୍ରମୁଖ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ସପକ୍ଷରେ ନିଜ ମତ ଉପସ୍ଥାପନ କରିଥିଲେ । ଆନ୍ଦୋଳନକୁ ଆହୁରି ଶାଣିତ କରିବା ପାଇଁ ପ୍ରତ୍ୟେକ ମାସ ତୃତୀୟ ଗୁରୁବାର ଦିନ ଜିଲାପାଳ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ବୀମା କାର୍ଯ୍ୟାଳୟ ଆଦି ବନ୍ଦ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି । ଏହି ବୈଠକରେ ବିଭିନ୍ନ ସ୍ୱେଚ୍ଛାସେବୀ ଓ ରାଜନୈତିକ ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ଜିଲା ଓକିଲ ସଂଘର ବହୁ ସଭ୍ୟ ଯୋଗ ଦେଇଥିଲେ । ଶେଷରେ ଜିଲା ଓକିଲ ସଂଘର ସମ୍ପାଦକ ଅଧିକାରୀ ଦନ୍ତା ଧନ୍ୟବାଦ ଦେଇଥିଲେ ।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories