www.samajalive.in
Saturday, December 6, 2025
14.1 C
Bhubaneswar

କଣ୍ଟେନର – ଟ୍ରକ ଧକ୍କା ; ତଳକୁ ଓଲଟିଲା ଦୁଇ ଟ୍ରକ

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ର ଧନୁର୍ଜୟପୁର ନିକଟରେ ଏକ କଣ୍ଟେନର ପଛରେ ଅନ୍ୟ ଏକ ପରିବା ବୋଝେଇ ଟ୍ରକ ଧକ୍କା ଦେବାରୁ ଉଭୟ ଟ୍ରକ ରାସ୍ତା ତଳକୁ ଓଲଟିପଡି ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ଟ୍ରକ ଚାଳକ ଆହତ ହୋଇଛନ୍ତି। କଣ୍ଟେନରଟିରେ ପାଉଡର ବୋଝେଇ ହୋଇଥିବା ବେଳେ ଟ୍ରକଟିରେ ପନିପରିବା ବୋଝେଇ ହୋଇଥିଲା । ଉଭୟ ଆଗପଛ ହୋଇ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ଧନୁର୍ଜୟପୁର ନିକଟରେ କଣ୍ଟେନର ଟି ହଠାତ୍ ବ୍ରେକ ମାରିଦେବାରୁ ପଛରେ ଯାଉଥିବା ୧୨ ଚକିଆ ଟ୍ରକ ଟି କଣ୍ଟେନର ପଛରେ ଧକ୍କା ଦେଇଥିଲା। ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଗାଡି ଦୁଇଟିକୁ ଜବତ କରି ତଦନ୍ତ କରୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories