www.samajalive.in
Saturday, December 13, 2025
21.1 C
Bhubaneswar

ତୁରୁମୁଙ୍ଗା ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା

ପାଟଣା: ଶନିବାର ଦିନ ସରସ୍ବତୀ ଶିଶୁ ଵିଦ୍ୟା ମନ୍ଦିର ତୁରୁମୁଙ୍ଗା ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି। ଏହି ବିଜ୍ଞାନ ମେଳାକୁ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଶୁଭ ଉଦ୍ଘାଟନ କରିଥିଲେ ଦଧିବାମନ ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ଗୋପିନାଥ ସାହୁ। ସମ୍ମାନିତ ଅତିଥିଭାବେ ପ୍ରାଥମିକ ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କୁଳମଣି ସାହୁ ଯୋଗଦେଇଥିଲେ। ଶିଶୁ ଭାଇ ଭଉଣୀମାନଙ୍କୁ ବିଜ୍ଞାନର ଉପଯୋଗିତା, ବୈଜ୍ଞାନିକ ମନୋଭାବ ତିଆରି କରିବା ନିମନ୍ତେ ପ୍ରେରଣା ପ୍ରଦାନ କରିଥିଲେ। ଉଦଘାଟନ ଉତ୍ସବରେ ସଂପାଦକ ପ୍ରମୋଦ କୁମାର ସାହୁ, ପୂର୍ବତନ ସଭାପତି ରକ୍ଷାକର ସାହୁ ଉପସ୍ଥିତ ଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ବାବାଜୀ ପଣ୍ଡା ମଞ୍ଚାସିନ ଅତିଥୀଙ୍କର ପରିଚୟ ପ୍ରଦାନ ସହିତ ଆଜିକାର ଜ୍ଞାନ ଵିଜ୍ଞାନ ମେଳାର ଆଭିମୁଖ୍ୟ ସମ୍ବନ୍ଧରେରେ ଶିଶୁଙ୍କୁ ଅବଗତ କରାଇଥିଲେ।

ଏଥିରେ କନିଷ୍ଠ ଵର୍ଗ, ଶିଶୁ ବର୍ଗ, ବାଲ୍ ବର୍ଗ ଓ କିଶୋର ଵର୍ଗରୁ ମୋଟ ୯୨ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। କନିଷ୍ଠ ବର୍ଗ ପାଇଁ ବିଚାରକ ଭାବେ ଦୟାଲ ଚନ୍ଦ୍ର ମହାନ୍ତ ଓ ସନ୍ତୋଷ କୁମାର ମହାନ୍ତ, ଶିଶୁବର୍ଗ ପାଇଁ ଅଭିମନ୍ୟୁ ମହାନ୍ତ ଓ ଦୀପକ କୁମାର ବାରିକ , ବାଲ ଵର୍ଗ ପାଇଁ ଶିବ ଶଙ୍କର ବେହେରା ଓ ବିରଞ୍ଚି ନାରାୟଣ ମହାରଣା, ସରୋଜ ପ୍ରକାଶ ସାହୁ, କିଶୋର ବର୍ଗ ପାଇଁ ଯୁଧିଷ୍ଠିର ମହାନ୍ତ, ଦୀନମଣି ମହାନ୍ତ ପ୍ରମୁଖ ପ୍ରକଳ୍ପ ଗୁଡିକୁ ନିରୀକ୍ଷଣ ଓ ମୂଲ୍ୟାୟନ କରିଥିଲେ। ଶେଷରେ ବିଭିନ୍ନ ବିଭାଗରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ପ୍ରତ୍ୟୁଷ ରଞ୍ଜନ ସିଂହ, ଶିବ ଶଙ୍କର ଗିରି ଏବଂ ବିଦ୍ୟାଳୟର ଅନ୍ୟ ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ରୂପାୟନ ହୋଇଥିଲା। ଦେବକୀ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ଶେଷରେ ବରିଷ୍ଠ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories