www.samajalive.in
Saturday, December 6, 2025
26.1 C
Bhubaneswar

ପି.ଡି.ଏସ୍ ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା ; ଯୋଗାଣ ସହାୟିକାଙ୍କୁ ଘେରିଲେ ଗ୍ରାମବାସୀ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମାଛଗଡ଼ ପଞ୍ଚାୟତର ଗୋଦାମ ଗୃହ ସମ୍ମୁଖରେ ପିଡିଏସ ଚାଉଳ ବଣ୍ଟନ ବେଳେ ଉତ୍ତେଜନା ଦେଖା ଦେଇଛି। ପଞ୍ଚାୟତର ଯୋଗାଣ ସହାୟିକା ସୁଲତନା ଖାତୁନ୍ ଙ୍କୁ ଘେରିଲେ ହିତାଧିକାରୀ। ଗୁରୁବାର ପଞ୍ଚାୟତ କାର୍ୟ୍ୟାଳୟରେ ଚାଉଳ ବଣ୍ଟନ ସମୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଅଭିଯୋଗ ଅନୁଯାୟୀ ହିତାଧିକାରୀ ମାନେ ୪ମାସ ହେବ ଚାଉଳ ପାଇ ନଥିଲେ।
ଆଜି ଚାଉଳ ବଣ୍ଟନ ବେଳେ ଯୋଗାଣ ସହାୟକ ପୂର୍ବ ମାସର ବକେୟା ଚାଉଳ ନଦେଇ ଚଳିତ ମାସର ଚାଉଳ ବଣ୍ଟନ କରୁଥିବା ରୁ ଯୋଗାଣ ସହାୟିକାଙ୍କୁ ଘେରିବା ସହ ପଞ୍ଚାୟତ ଗୋଦାମ ଗୃହ ସମ୍ମୁଖରେ ହୋ ହାଲ୍ଲା କରିବା ସହ ନୂତନ ଯୋଗାଣ ସହାୟକ ଙ୍କୁ ନିଯୁକ୍ତି ଦେବାକୁ ଦାବି କରିଥିଲେ । ଖବର ପାଇଘଟଣା ସ୍ଥଳରେ ସାହାରପଡା ଫାଣ୍ଡି ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣ ହୋଇଥିଲା।
ସୂଚନା ଯୋଗ୍ୟ ଯେ ୨୦୧୭ ମସିହାରେ ଏହି ପଞ୍ଚାୟତରେ ଯୋଗାଣ ସହାୟକ ନିଯୁକ୍ତି ସମୟରେ ଆବେଦନକାରୀ ଜୟପ୍ରକାଶ ମହାନ୍ତ ପ୍ରଥମ ସ୍ଥାନରେ ଥିବା ବେଳେ ତାଙ୍କୁ ନିଯୁକ୍ତି ଦିଆ ନଯାଇ ଦ୍ଵିତୀୟ ସ୍ଥାନରେ ଥିବା ଦେବସ୍ମିତା ମହାନ୍ତଙ୍କୁ ଏଠାରେ ଯୋଗାଣ ସହାୟକ ନିଯୁକ୍ତି ଦିଆଯାଇଥିଲା। ଏନେଇ ପ୍ରଥମ ଆବେଦନକାରୀ ଜୟପ୍ରକାଶ ମହାନ୍ତ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ। ତାଙ୍କ ସପକ୍ଷରେ ରାୟ ଆସିଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ଦିଆ ଯାଇନଥିଲା। ଚଳିତ ନୂଆ ସରପଞ୍ଚ ସୁନୀଲ ଦାସ ଦେବସ୍ମିତାଙ୍କୁ କାର୍ୟ୍ୟରହିତ କରିବାରୁ ତେଣ୍ଡରା ଯୋଗାଣ ସହାୟିକା ସୁଲତାନା ଖାତୁନଙ୍କୁ ଅତିରିକ୍ତ ମାଛଗଡ ଦିଆଯାଇଥିଲା। ଯାହା ଫଳରେ ସେ ଦୁଇ ଦୁଇଟି ପଞ୍ଚାୟତର ଦାୟିତ୍ଵ ସମ୍ଭାଳୁଥିବାରୁ ଏପରି ଅବ୍ୟବସ୍ଥା ସୃଷ୍ଟି ହୋଇଛି। ମାଛଗଡ ବାସୀ ୨୦୧୭ ନିଯୁକ୍ତି ସମୟର ପ୍ରଥମ ଆବେଦନକାରୀଙ୍କୁ ନିଯୁକ୍ତି ଦେବାକୁ ଦାବି ଉଠାଇଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories