ପାଟଣା : ବିଜେପି ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀନୀ ହୋଇଥିବା ବରିଷ୍ଠ ଓଡ଼ିଆ ଆଦିବାସୀ ମହିଳା ନେତ୍ରୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ନିର୍ବାଚନରେ ବିପୁଳ ବିଜୟ ପାଇଛନ୍ତି । ଏହି ଅବସରରେ ସାହାରପଡା ବ୍ଲକ ଉଦୟପୁର ମଣ୍ଡଳ ବିଜେପି ପକ୍ଷରୁ ତେଣ୍ଡରା ପଞ୍ଚାୟତର ହରିହରପୁର ଗ୍ରାମରେ ବିଜୟ ଉତ୍ସବ ବହୁ ଧୁମଧାମ୍ ରେ ପାଳିତ ହୋଇଯାଇଛି। ଆଦିବାସୀ ନୃତ୍ୟ ସାଙ୍ଗକୁ ଆତସଵାଜୀରେ ପରିବେଶ ପ୍ରକମ୍ପିତ ହେବା ସହ ମିଷ୍ଟାନ୍ନ ବଣ୍ଟନ କରାଯାଇ ବିଜୟୀ ଉତ୍ସବ ପାଳନ କରାଯାଇଥିଲା । ଏହି ବିଜୟୀ ଉତ୍ସବରେ ବିଜେପି ପକ୍ଷରୁ ଆଦିବାସୀ ମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମମିତା ନାଏକ, ତେଣ୍ଡରା ପଞ୍ଚାୟତର ସରପଞ୍ଚ ସରସ୍ଵତୀ ମୋଦି, ସମିତି ସଭ୍ୟ ଲଳିତ କୁମାର ମୁଣ୍ଡା, ଅଶ୍ବନି ମହାନ୍ତ, କଣ୍ଠରାମ ମୋଦି, ବିନଦ ମୁର୍ମୁ , ହେମନ୍ତ ମୁର୍ମୁ , ରାଜେଶ୍ ମହାନ୍ତ, ବୁଲୁ ବାରିକ, ନଟ , ନରହରି ମହାନ୍ତ, କୁଞ୍ଜବିହାରୀ ମହାନ୍ତ, ପଦ୍ମଲୋଚନ ମହାନ୍ତ, ନରହରି ମହାନ୍ତ, ବିବେକାନନ୍ଦ ମହାନ୍ତ ଓ ଧୃବଚରଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବିଜୟୀ ଉତ୍ସବ ପାଳନ କରିଥିଲେ । ଏହା ସହ ଦଳଗତ ନିର୍ବିଶେଷ ରେ ଅଞ୍ଚଳ ବାସୀ ଏହି ବିଜୟ ଉତ୍ସବରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜୟ ଉତ୍ସବ ପାଳିଲା ଉଦୟପୁର ମଣ୍ଡଳ ବିଜେପି
Popular Categories



