www.samajalive.in
Sunday, December 7, 2025
23.1 C
Bhubaneswar

ବରଣମାଳା ସମୟରେ ମଥାରେ ସିନ୍ଦୂର ଦେଇ ମାଡ ଖାଇଲେ ଯୁବକ

ପାଟନା : ବିହାରର ନାଲନ୍ଦାର ଏକ ଗାଁରେ ବିବାହ ସମୟରେ ଏକ ଅଜବ ଘଟଣା ଘଟିଥିବା ନେଇ ଖବର ମିଳିଛି। ବରଣମାଳା ସମୟରେ ବିବାହ ଷ୍ଟେଜ୍‍ ରେ ବର –କନ୍ୟା ଥିବା ସମୟରେ ଜଣେ ଯୁବକ ଆସି ନବବଧୂ ବେଶରେ ଥିବା ଯୁବତୀଙ୍କ ମଥାରେ ସିନ୍ଦୂର ଦେଇଛନ୍ତି। ଏହି ଘଟଣାଟି ମଙ୍ଗଳବାରର।
ଘଟଣା କ୍ରମେ, ଜଣେ ଯୁବକ ଓ ଯୁବତୀଙ୍କ ପ୍ରେମ ସମ୍ପର୍କ ଥିବା ବେଳେ ଯୁବତୀଙ୍କ ଘର ଲୋକ ତାଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ କରିଥିଲେ। ଯୁବତୀଙ୍କ ବିବାହ ଅନ୍ୟ ସ୍ଥାନରେ ଠିକ ହେବା ପରେ ଯୁବକ ଜଣକ ଏପରି କାର୍ଯ୍ୟ କଲେ ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି। ଏହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନା ଯୋଗ୍ୟ, ଘଟଣାଟି ହରନୌତ ଥାନା ଅନ୍ତର୍ଗତ ମୁବାରକପୁର ଗାଁର। ଏଠାକାର ବାସିନ୍ଦା ଜଣେ ଯୁବକଙ୍କ ପ୍ରେମିକାଙ୍କ ବିବାହ ଅନ୍ୟ ସ୍ଥାନରେ ସ୍ଥିର ହୋଇଥିଲା। ମଙ୍ଗଳବାର ଉକ୍ତ ଯୁବତୀଙ୍କ ବିବାହରେ ବରଣମାଳା ସମୟରେ ଉକ୍ତ ଯୁବତୀଙ୍କ ପ୍ରେମିକ ବିବାହ ଷ୍ଟେଜ୍‍ ଉପରକୁ ଯାଇଥିଲେ। ଏହାପରେ ଯୁବତୀଙ୍କ ମଥାରେ ସିନ୍ଦୂର ଦେଇଥିଲେ। ଏହାପରେ ସେଠାରେ ଥିବା ଲୋକେ ଉକ୍ତ ଯୁବକଙ୍କୁ ମାଡ ମାରିଥିଲେ। ମାରପିଟ୍‍ କାରଣରୁ ଯୁବକଙ୍କ ମୁଣ୍ଡ ଫାଟିବା ସହ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଯୁବକଙ୍କ କହିବାନୁଯାୟୀ, ସେ ଉକ୍ତ ଯୁବତୀଙ୍କୁ ପ୍ରେମ କରୁଥିଲେ। ଯୁବତୀଙ୍କ ଘରେ ଏହା ଜାଣିବା ପରେ ଅନ୍ୟ ସ୍ଥାନରେ ତାଙ୍କର ବିବାହ ସ୍ଥିର କରି ଦେଇଥିଲେ। ଯୁବତୀ ଜଣକ ନିଜେ ଫୋନ୍‍ କରି ଯୁବକକୁ ଡାକିଥିଲେ। ବରଣମାଳା ସମୟରେ ସିନ୍ଦୂର ପିନ୍ଧାଇବାକୁ କହିଥିଲେ। ଘଟଣା ପରେ ବରପକ୍ଷ ବିବାହ ଭାଙ୍ଗି ପଳାଇଥିଲେ। ଯୁବକଙ୍କ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories