www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜାମ ବ୍ଲକ ଟପରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା  

ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ବ୍ରାହ୍ମଣ ଢାମଣା ସାହିର ସ୍ୱର୍ଗତ ଆଇନଜୀବି ସହଦେଵ ପଣ୍ଡାଙ୍କ କନିଷ୍ଠ ପୁତ୍ର ତଥା ଗଂଜାମ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ଛାତ୍ର ଦେବାଶିଷ ପଣ୍ଡା ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୯୭ପ୍ରତିଶତ ମାର୍କ ରଖି ଗଂଜାମ ବ୍ଲକ ଟପର ହୋଇଛନ୍ତି। ସେ ମୋଟ ୬୦୦ ମାର୍କରୁ ୫୮୨ ମାର୍କ ସେ ରଖିଛନ୍ତି। ତାଙ୍କର ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି। ତାଙ୍କ ବାସଗୃହରେ ଆଜି ତାଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
ସେମାନଙ୍କ ମଧ୍ୟରେ ବଡ଼ବଜାର ବଣିକ ସଂଘର ସଭାପତି ଗୌରୀ ଶଙ୍କର ବାରିକି,ଜିଲ୍ଲା ପରିଷଦସଭ୍ୟ ସନାତନ ବେହେରା,ପୂର୍ବତନ ସରପଞ୍ଚ ଜି.ସନ୍ତୋଷ ରେଡି,ଯୁବ ନେତା ସୁଦାମ ଜେନା,ପ୍ରଫୁଲ୍ଲ ପାଢ଼ୀ,ପ୍ରକାଶ ମହାଙ୍କଡ଼,ସକ୍ଷମ ସଭାପତି ବସନ୍ତ ସାହୁ,ମନୋରଞ୍ଜନ ସାହୁ,ଦୁର୍ଗାମାଧଵ ପାଣିଗ୍ରାହୀ,ନାରାୟଣ ଗୌଡ଼,ପ୍ରଶାନ୍ତ ପଣ୍ଡା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ରହିଥିଲେ। ଏହି ଅବସରରେ ଛାତ୍ର ଜଣଙ୍କ ଭବିଷ୍ୟତରେ ଜଣେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ପ୍ରକାଶ କରିଥିଲେ।

Hot this week

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

Related Articles

Popular Categories