ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ବାଇଁଶୁଳି ଗ୍ରାମରେ ପିତାମାତାଙ୍କୁ ହରାଇ ଥିବା ଓ ଭାଇମାନେ ଘରେ ରହୁନଥିବା ସୁଯୋଗ ନେଇ ଜଣେ ଯୁବତୀ ଘରେ ଏକାକୀ ରାତିରେ ଶୋଇଥିବା ବେଳେ ତାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ବାରିଆ ଥାନା ସିଲିଟିଆ ଗ୍ରାମର ହିମାଂଶୁ ଶେଖର ପାତ୍ର ଓରଫ ରଥ (୨୧) ଗତରାତୀ ବାଇଁଶୁଳି ଗ୍ରାମକୁ ଆସି ଉପରୋକ୍ତ ଯୁବତୀଙ୍କ ଘର କବାଟ ବାଡ଼େଇ ତାଙ୍କୁ ଡାକିଥିଲେ। ଏଥିରେ ବିଫଳ ହେବାରୁ ହିମାଂଶୁ ସେହି ଘର ଛପର ଉପରେ ଚଢ଼ି ଟାଇଲି ଖୋଲି ଘରେ ପଶିବା ସହ ଯୁବତୀଟିକୁ ଟଣା ଓଟରା କରିବାରୁ ଯୁବତୀ ଜଣକ ଚିତ୍କାର କରିବା ସହ କବାଟ ଖୋଲି ବାହାରକୁ ପଳାଇ ଆସି ଗ୍ରାମବାସୀଙ୍କ ଶରଣ ନେଇଥିଲେ।
ଏନେଇ ଯୁବତୀ ଜଣକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ଥାନା ଆରକ୍ଷୀ ଉପ ନିରୀକ୍ଷକ ସୁଶାନ୍ତ ମଣି ମହାନ୍ତି ଅଭିଯୁକ୍ତ ହିମାଂଶୁକୁ ଗିରଫ କରିଥିବା ଜଣାପଡ଼ିଛି।



