ବିଜେପି ପକ୍ଷରୁ ପାଟଣା ନିର୍ବାଚନମଣ୍ଡଳୀ ସ୍ତରୀୟ ମହିଳା ସମାବେଶ

ପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକାଳର ଅଷ୍ଟମ ବର୍ଷ ପୂର୍ତ୍ତି ଅବସରରେ “ସେବା ସୁଶାସନ ଓ ଗରିବ କଲ୍ୟାଣ” ପକ୍ଷ ଉପଲକ୍ଷେ ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହିଳା ସମାବେଶ ଟେଣ୍ଡରା ଠାରେ ଅନୁଷ୍ଠିତ ହୋଇ ଯାଇଅଛି। ସମାବେଶ ରେ ଶତାଧିକ ସ୍ଵୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଏକତ୍ରିତ କରି ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ମୁଖ୍ୟ ଅତିଥି ଭାବେ ବିଜେପି ଓଡ଼ିଶା ପ୍ରଦେଶ ଆଦିବାସୀ ମୋର୍ଚ୍ଚା ଉପ ସଭାନେତ୍ରୀ ମମିତା ନାଏକ ଏବଂ ବିଜେପି ଓଡ଼ିଶା ପ୍ରଦେଶ ଆଦିବାସୀ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟବ୍ରତ ନାଏକ ଯୋଗ ଦେଇ ମୋଦି ସରକାର ରେ ମହିଳାଙ୍କ ପାଇଁ ହୋଇଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିବା ସହ ଯୋଜନା ରୁ ମିଳୁଥିବା ସମସ୍ତ ସୁବିଧା ବିଷୟରେ ବିବରଣୀ ପ୍ରଦାନ କରିଛନ୍ତି।
ଉଦୟପୁର ମଣ୍ଡଳ ବିଜେପି ସଭାପତି ସୁଦର୍ଶନ ମହାନ୍ତ ସଭାକାର୍ଯ୍ୟ ରେ ଅଧ୍ୟକ୍ଷତା କରିଥିବା ଯୁବନେତା ଗଗନ ମହାନ୍ତ ସଭା ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସବୀର ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମୋଦୀ ଜୀଙ୍କ ଶାସନ କାଳ ରେ ମହିଳା ମାନଙ୍କୁ ମିଳିଥିବା ଶୌଚାଳୟ, ବେଟି ବଚାଓ ବେଟି ପଢ଼ାଓ ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା, କରୋନା ସମୟରେ ମିଳିଥିବା ସିଧା ଅର୍ଥ ରାଶି, ଆବାସ ଘର, ଉଜ୍ଜ୍ୱାଲା ଯୋଜନା ରେ ମିଳିଥିବା ମାଗଣା ଗ୍ୟାସ୍, ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ମିଳୁଥିବା ତାଲିମ ଏବଂ ଋଣ ପ୍ରଭୃତି ଅନେକ ଯୋଜନା ଉପରେ ଉଦବୋଧନ ଦେଇଥିଲେ।
ତେଣ୍ଡରା ଗ୍ରାମ ପଞ୍ଚାୟତର ସରପଞ୍ଚ ସରସ୍ଵତୀ ମୁଦି, ଓବିସି ମୋର୍ଚ୍ଚା ସଭାପତି ଘନଶ୍ୟାମ ସାହୁ ପ୍ରମୁଖ ମଞ୍ଚାସୀନ ରହି ମହିଳା ମାନଙ୍କୁ ଉଦବୋଧନ ଦେଇଥିଲେ। କେନ୍ଦ୍ର ର ଅବଦାନ ରେ ଷ୍ଟିକର ମାରି ସ୍ଵୟଂ ସହାୟକ ଗୋଷ୍ଠୀ ର ମା ମାନଙ୍କୁ ରାଜ୍ୟ ସରକାର ବ୍ୟବହାର ନ କରନ୍ତୁ ବୋଲି ବିଜେପି ନେତା ସତ୍ୟବ୍ରତ ନାଏକ ଦାବି କରିଥିଲେ।
prayash
kalyan agarbati

Comments are closed.