କଂଗ୍ରେସ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଜୋରଦାର ପ୍ରଚାର

ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର ୩୦ନଂଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରାଜକୁମାରୀ ନାଏକଙ୍କ ପାଇଁ କଂଗ୍ରେସ ଦଳ ତରଫରୁ ଆଜି କୁଣ୍ଡଳା ଗ୍ରାମଶାଳରୁ ପୂଜାର୍ଚ୍ଚନା କରି ପ୍ରଚାର ଆରମ୍ଭ କରାଯାଇଛି। ଆଜି କୁଣ୍ଡଳା ଗ୍ରା:ପ ସମସ୍ତ ଗ୍ରାମକୁ ଯାଇ ଘର ଘର ବୁଲି ପ୍ରଚାର କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଓଡିଶା ପ୍ରଦେଶ କଂଗ୍ରେସ ସାମାଜିକ ଗଣମାଧ୍ୟମ ରାଜ୍ୟ ଉପସଭାପତି, ଇଂ ବିନୋଦ ବିହାରୀ ନାଏକ ଯୋଗଦେଇ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ନିର୍ବାଚନୀ ପ୍ରଚାର କରିଥିଲେ। ପାଟଣା ମାଟିର ସ୍ୱାଭିମାନ ଓ ବିକାଶ ପାଇଁ ଏଥର କଂଗ୍ରେସର ପ୍ରାର୍ଥୀଙ୍କୁ ବିଜୟ କରିବା ପାଇଁ ଭୋଟରଙ୍କୁ ଅନୁରୋଧ କରିଥିଲେ। ସାଥିରେ ପାଟଣା ବକ୍ଲ କଂଗ୍ରେସ ସଭପତି ମୁକୁନ୍ଦ ମହାନ୍ତ,ବରିଷ୍ଠ ନେତା ପ୍ରଦିପ ନାଏକ,ଜିଲ୍ଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ନିରଜ୍ଞନ ନାଏକ, କଂଗ୍ରେସ ନେତା ଗଜେନ୍ଦ୍ର ନାଥ ନାଏକ, ନଳୀନୀ ନାଏକ, ଶରତ ନାଏକ, ରୁଦ ନାଏକ ଆଦି ସାମିଲ ଥିଲେ।

Comments are closed.