www.samajalive.in
Saturday, December 6, 2025
26.1 C
Bhubaneswar

ଖିରେଇଟାଙ୍ଗିରୀ ନିକଟରୁ ଚୋରା କାଠ ବୋଝେଇ ଗାଡ଼ିକୁ ଜବତ କଲା ବନ ବିଭାଗ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଖିରେଇଟାଙ୍ଗିରୀ ସେକ୍ସନ ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥରୁ ଆଜି ଭୋରରୁ ଏକ ଚୋରା କାଠ ବୋଝେଇ ଟାଟା ଏସି କୁ ବନ ବିଭାଗ ଜବତ କରିଛି । କୌଣସି ସୂତ୍ରରୁ କାଠ ଚୋରା ଚାଲାଣ ସମ୍ପର୍କରେ ଖବର ପାଇ ପାଟଣା ରେଞ୍ଜର ଟିକେଶ୍ବର ମହାନ୍ତଙ୍କ ନେତୃତ୍ବରେ ବନ ବିଭାଗ ୪୯ ନମ୍ବର ଜାତୀୟ ରାଜପଥ ଉପରେ ଛକି ରହିଥିବା ବେଳେ ବନ ବିଭାଗକୁ ଦେଖି ଗାଡ଼ି ଚାଳକ ଗାଡ଼ି ରଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ବନ ବିଭାଗ ଜବତ ଗାଡ଼ିଟିକୁ ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଆଣିଛି । ଗାଡିରୁ ୨୬ ଟି ସାଇଜର କାଠ ଜବତ କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୩୫ ହଜାର ରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ସୂଚନା ଦେଇଛି ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories