ପାଟଣା: ଆଜି ଘଟଗାଁ ବ୍ଲକ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ରଘୁବେଡ଼ା ଗ୍ରାମରେ ଶତାଧିକ ଛାତ୍ରଛାତ୍ରୀ ତଥା ଅବିଭାବକ ଏକାଠି ହୋଇ ଶିଶୁ ସୁରକ୍ଷା, ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା ରୋକିବା ଲାଗି ଏକ ବିଶାଳ ଶୋଭାଯାତ୍ରା କରିଥିଲେ। ଗ୍ରାମରେ ସରପଞ୍ଚ ଅନାଦି ଚରଣ ସିଂହ, ଉତ୍ସବରେ ମୁଖ୍ୟ ଅତିଥି, ଆସପାୟାରର ବ୍ଲକ ଅଧିକାରୀ ଘନଶ୍ୟାମ ସାମଡ, ଦିପ୍ତିମୟୀ ମହାନ୍ତ, ସ୍ଥାନୀୟ ୱର୍ଡ ମେମ୍ବର, ରଘୁବେଡ଼ା ସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତ, ସମାଜ ସେବୀ ସୁଦାମ ମହାନ୍ତ, ସ୍କୁଲ ସଭାପତି ଚିନ୍ତାମଣୀ ସିଂହ ଉପସ୍ଥିତ ରହି ଶିଶୁମାନଙ୍କ ସୁରକ୍ଷା ତଥା ଶିକ୍ଷା ବିଷୟରେ ବାର୍ତ୍ତା ପ୍ରଦାନ କରିଥିଲେ।
ତା ପରେ ପରେ ଛାତ୍ର ଛାତ୍ରୀ ଅବିଭାବକମାନେ ବିଭିନ୍ନ ସଚେତନତା ବାର୍ତ୍ତା ଥିବା ପୋଷ୍ଟର ଧରି ଗ୍ରାମରେ ସଚେତନତା ବାର୍ତ୍ତା ପ୍ରଚାର କରିଥିଲେ। ଏହି ଅବସରରେ ଶିଶୁ, ମା ମାନଙ୍କ ମଧ୍ୟରେ ରଙ୍ଗୋଲି, ମ୍ୟୁଜିକ ଚେୟାର, ନାଚ ଗୀତ, ଭାଷଣ, ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବାରାହାଟିପୁରା ଆଞ୍ଚଳିକ ସାଧନ କେନ୍ଦ୍ରର ଛଅଟି ପଞ୍ଚାୟତର ଜିପିସିଏମ ଏବଂ ଏନଆରବିସି, ଏଲଇପି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମଟି ସାଗର ବେହେରାଙ୍କ ନେତୃତ୍ୱରେ ବିଶ୍ୱଜିତ୍ ବେହେରା, ପୁଷ୍ପାଞ୍ଜଳି ସେଠୀ, ଚିତ୍ରସେନ ନାୟକ, ଶୁଭଲକ୍ଷ୍ମି ପଣ୍ଡା, ସୁନତି ମହାରଣା, ଶରତ ମୁଣ୍ଡା ସହାଯୋଗ କରିଥିଲେ। ଶେଷରେ ଅମୀର ରଞ୍ଜନ ପଲେଇ, ରୀନାରାଣୀ ମହାନ୍ତ ଧନ୍ୟବାଦ ଦେଇଥିଲେ।



