www.samajalive.in
Sunday, December 14, 2025
23.1 C
Bhubaneswar

ପାଟଣା ଓ ତୁରୁମୁଙ୍ଗାରେ ବିଶ୍ଵକର୍ମା ପୂଜା

ପାଟଣା: ପାଟଣା ଓ ତୁରୁମୁଙ୍ଗା ଅଞ୍ଚଳରେ ଦେବଶିଳ୍ପୀ ବିଶ୍ଵକର୍ମାଙ୍କ ପୂଜା ଆଜି ନିରାଡ଼ମ୍ବର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଦ୍ୟୁତ୍ କାର୍ଯ୍ୟଳୟରେ କନିଷ୍ଠ ଯନ୍ତ୍ରୀ ପଦ୍ମ କିଶୋର ଜେନା, ଜୟକୃଷ୍ଣ ଦାସ, ନିହାର ରଞ୍ଜନ ଖଟୁଆ, କିଶୋର ଚନ୍ଦ୍ର ପାଣିଗ୍ରାହୀ, କୁଶଧର ମହାନ୍ତ, ସଂଗ୍ରାମ କେଶରୀ କରଣ, ପାର୍ଥସାରଥୀ ଧଳ ଓ ସୁଧାର କୁମାର ଦାସ ପ୍ରମୁଖ ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ମୃଣ୍ମୟ ମୂର୍ତ୍ତି ପୂଜା ସହ ପ୍ରସାଦ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିପରି ପାଟଣା ମହିନ୍ଦ୍ରା ଟ୍ରାକ୍ଟର ପୃଷ୍ଟି ସେଲ୍ସ ଏଣ୍ଡ ସର୍ଭିସ୍ ପକ୍ଷରୁ ବିଶ୍ଵକର୍ମା ପୂଜା ମଧ୍ୟ ପ୍ରେମ ଚାନ୍ଦ ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା। ସେହିପରି ଅନ୍ୟାନ୍ୟ ଫାବ୍ରିକେଶନ ସଂସ୍ଥା ଗ୍ୟାରେଜ ଆଦିରେ ମଧ୍ୟ ଏଠାରେ ଫଟୋ ରଖି ବିଶ୍ଵକର୍ମା ପୂଜା କରାଯାଇଛି।

ସେହିପରି ତୁରୁମୁଙ୍ଗା ବିଦ୍ୟୁତ୍ କାର୍ଯ୍ୟଳୟ ରେ ମୂର୍ତ୍ତି ସ୍ଥାପନ କରାଯାଇ ବିଶ୍ଵକର୍ମା ପୂଜା କରାଯାଇଛି। ଏସ.ଡି.ଓ ଚିରଞ୍ଜିତ ସାହୁ ସଂକଳ୍ପ କରିଥିବା ବେଳେ ଲାଇନମ୍ୟାନ ଜଗଦୀଶ ନାଏକ ଆସୀତ ରାଉତ , ନବୀନ ଦାସ ଓ ଯଜନେଶ୍ୱର ସୁର ପ୍ରମୁଖ ପୂଜା କାର୍ଯ୍ୟ ପରିଚାଳନା କରିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories