www.samajalive.in
Sunday, December 7, 2025
14.1 C
Bhubaneswar

ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି ଉପରେ ପଞ୍ଚଦିବସୀୟ କର୍ମଶାଳା ଉଦଯାପିତ

ପାଟଣା : ଜୁଆଙ୍ଗ ଉନ୍ନୟନ ସଂସ୍ଥା କେନ୍ଦୁଝର ଓ ଡିଜିଟାଲ ଗ୍ରୀନ ଭୁବନେଶ୍ଵରର ମିଳିତ ସହଯୋଗରେ ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ସ୍ଥିତ ‘ଭାରତ’ ସଂଗଠନ ପରିସରରେ ପାଞ୍ଚ ଦିନିଆ ଗୋଷ୍ଠି ଭିତ୍ତିକ ଭିଡିଓ ପ୍ରସ୍ତୁତି ସମ୍ବନ୍ଧୀୟ କର୍ମଶାଳା ଉଦଯାପିତ ହୋଇଛି। କର୍ମଶାଳାରେ ଗୋନାସିକା ଅଞ୍ଚଳର ୬ ଜଣ ଜୁଆଙ୍ଗ ଯୁବକଙ୍କୁ ଭିଡିଓ ପାଇଁ ଚିତ୍ର ଉତ୍ତୋଳନ,ପ୍ରଦର୍ଶନ, ବିଭିନ୍ନ ଉପକରଣ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା। ଏହି ପ୍ରଶିକ୍ଷାର୍ଥୀ ମାନେ ବିଭିନ୍ନ ପ୍ରକାର ପ୍ରଗତି ମୂଳକ କାର୍ୟ୍ୟ ର ଭିଡିଓ ପ୍ରସ୍ତୁତି କରିବା ସହ ଶିକୁଳାପଦା ଗ୍ରାମରେ କଡକନାଥ କୁକୁଡ଼ା ର ଟୀକା କାରଣ ଓ ଖାଦ୍ୟ ପରିଚାଳନା ଭିଡିଓ ମଧ୍ୟ ପ୍ରସ୍ତୁତ କରୁଥିଲେ। ଡିଜିଟାଲ ଗ୍ରୀନର ଡକ୍ଟର ନାଡା ଗୌଡା କର୍ମଶାଳାରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେବା ସହ ଚନ୍ଦନ ଦାଶ, ଭାବନା ମହାନ୍ତି ପ୍ରମୁଖ ସହାୟତା ଯୋଗାଇ ଦେଇଥିଲେ। ଆଗାମୀ ଦିନରେ ଯୁବ ପ୍ରାମାଣିକ ଚଳଚ୍ଚିତ୍ର କରି ଜୁଆଙ୍ଗ ମାନଙ୍କ ବିକାଶରେ ପ୍ରଶିକ୍ଷାର୍ଥୀ ମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଇଛି। ଭାରତ ସଂଗଠନ ର ଅଞ୍ଚଳ ଅଧିକାରୀ ଶିବନାଥ ପ୍ରଧାନ, ନଟବର ନାୟକ, ତ୍ରିଲୋଚନ ମହାନ୍ତ ଓ ଅମିତ କୁମାର ମିଶ୍ର ପ୍ରମୁଖ ଏହି ପାଞ୍ଚ ଦିନିଆ କର୍ମଶାଳା କୁ ପରିଚାଳନା କରିଥିଲେ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories